ମହାରାଷ୍ଟ୍ର ମହାଲଢ଼େଇ: ଖବର ଅନୁସାରେ, ଦୁଇଥର ଇସ୍ତଫା ଦେବାକୁ ଚାହିଁଥିଲେ ଉଦ୍ଧବ, ମନା କରିଥିଲେ ଶରଦ

139

କନକ ବ୍ୟୁରୋ: ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ଜାରି ରହିଛି । ସୁପ୍ରିମକୋର୍ଟରୁ ସିନ୍ଦେ ଗୋଷ୍ଠୀକୁ ଆଶ୍ୱସ୍ତି ମିଳିଥିବାବେଳେ ବିଜେପି ଶିବିରରେ ହଲଚଲ ବଢିଛି । ଉପ-ବାଚସ୍ପତିଙ୍କ ନୋଟିସ ଉପରେ ରୋକ୍ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜୁଲାଇ ୧୧ରେ ମାମଲାର ପରବର୍ତୀ ଶୁଣାଣି ଯାଏଁ ବିଧାୟକଙ୍କୁ ଅଯୋଗ୍ୟ ଘୋଣଷା କରାଯାଇପାରିବ ନାହିଁ । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ମଧ୍ୟରେ ଜାତୀୟ ଗଣମାଧ୍ୟମଗୁଡିକର ଖବର ଅନୁସାରେ, ବିଜେପି ଫ୍ଲୋର ଟେଷ୍ଟ ପାଇଁ ଦାବି କରିପାରେ ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି , ଏକନାଥ ସିନ୍ଦେ ଅଲଗା ହେବା ପରେ  ଦୁଇଥର ଇସ୍ତଫା ଦେବାକୁ ଚାହିଁଥିଲେ ଉଦ୍ଧବ ଠାକରେ । କିନ୍ତୁ ଶରଦ ପାୱାର ତାଙ୍କୁ ଅଟକାଇଥିଲେ ।