ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍ ! ୩ ମୃତ, ୧୧ ଗୁରୁତର

74

କନକ ବ୍ୟୁରୋ : ମୟୂରଭଂଜ ଜିଲ୍ଲା ଉଦଳାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ୍ ଭ୍ୟାନ୍ ଓଲଟି ୩ ଜଣଙ୍କ ମୃତ୍ୟୁ ହେବା ସହ ୧୧ଜଣ ଗରୁତର ହୋଇଛନ୍ତି । ମୃତ ତିନି ଜଣ ହେଲେ ରତ୍ନା ଓ ଲକ୍ଷ୍ମୀ ସିଂହ ଏବଂ ହାନିଆ ନାୟକ । ଦାମସାହି-ପୁରୁଣା ବାରିପଦା ନିକଟରେ ଘଟିଛି ଏହି ଦୁର୍ଘଟଣା । ଗୁରୁତରଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି ।

ବିଲ କାମ କରିବା ପାଇଁ ସକାଳୁ ବୈଶିଙ୍ଗା ଥାନା ଅଞ୍ଚଳର ଆଗରିଆ ଗ୍ରାମରୁ ୧୪ ଜଣ ଶ୍ରମିକ ସେ ପିକ୍‌-ଅପ୍‌ ଭ୍ୟାନ୍‌ରେ ଉଦଳା ଗ୍ରାମକୁ ଆସୁଥିଲେ । ଦାମା ସାହି ଛକ ନିକଟରେ କୌଣସି କାରଣରୁ ଗାଡ଼ିଟି ଓଲଟି ପଡ଼ିଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍‌ସ୍‌ ଆସି ମୃତାହାତମାନଙ୍କୁ ଉଦଳା ଡାକ୍ତରଖାନା ନେଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପିକଅପ୍ ଭ୍ୟାନରେ ଥିବା ସମସ୍ତ ଯାତ୍ରୀ ଶ୍ରମିକ ଶ୍ରେଣୀର ବୋଲି ଜଣାପଡିଛି ।