ୟୁଏଇରେ ମୋଦିଙ୍କୁ ସମ୍ମାନ । ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

588

କନକ ବ୍ୟୁରୋ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଗଲା ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ । ଦୁବାଇର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ ଜାୟଦ ଶନିବାର ଦିନ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ପ୍ରିନ୍ସ ଯୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ ଜାୟାଦ’ ରେ ସମ୍ମାନିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦୁଇଦିନିଆ ଫ୍ରାନ୍ସ ଗସ୍ତ ସାରି ଆବୁଧାବିରେ ପହଂଚିଥିଲେ । ଏହାପରେ ମୋଦୀ ଏବେ ବାହାରିନ ଗସ୍ତରେ ବାହାରିଯାଇଛନ୍ତି ।

ଏହି ସମ୍ମାନକୁ ନେଇ ମୋଦୀ କହିଛନ୍ତି ଯେ ଏହି ସମ୍ମାନ ଦୁଇ ଦେଶର ସମ୍ପର୍କର ପ୍ରମାଣ ହୋଇଥିବାବେଳେ କେବଳ ତାଙ୍କର ନୁହେଁ ବରଂ ୧୩୦ କୋଟି ଭାରତୀୟଙ୍କ ପାଇଁ ସମ୍ମାନ ବୋଲି କହିଛନ୍ତି । ଦୁଇ ଦେଶ ମଧ୍ୟରେ ସୁରକ୍ଷା, ଶାନ୍ତି ଓ ସମୃଦ୍ଧି ପାଇଁ ଦ୍ବିପକ୍ଷୀୟ ସମ୍ପର୍କ ଦୃଢ ବୋଲି ପ୍ରମାଣିତ କରିଛି । ଏପ୍ରିଲ ମାସରେ ଏହି ପୁରସ୍କାର ଦିଆଯିବା ନେଇ ଘୋଷଣା କରାଯାଇଥିଲା ।

ଏଠାରେ ସୂଚନା ଥାଉ କି ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦେଶ ଗସ୍ତରେ ବାହାରି ପ୍ରଥମେ ଫ୍ରାନ୍ସ ଅଭିମୁଖେ ଯାଇଥିଲେ । ଏହା ପରେ ସେ ୟୁଏଇ ଗସ୍ତରେ ଯାଇ ଏବେ ବାହାରିନ୍‌ ଯାଇଛନ୍ତି । ତେବେ ରବିବାର ଦିନ ପୁଣି ଫ୍ରାନ୍ସକୁ ଫେରିଆସି ଜି୭ ଶିଖର ବୈଠକରେ ଯୋଗ ଦେବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।