କଳା ତାଲିକାଭୁକ୍ତ ହେବ ଅଜହର? ଜାତିସଂଘ ସୁରକ୍ଷା ପରିଷଦରେ ମସୁଦକୁ କଳା ତାରିକାଭୁକ୍ତ କରିବା ସହ ସମ୍ପତି ଜବତ ପାଇଁ ୩ ଦେଶର ପ୍ରସ୍ତାବ

ଆତଙ୍କବାଦୀ ବିରୋଧୀ ଯୁଦ୍ଧରେ ଭାରତକୁ ମିଳିଲା ଆମେରିକା, ବ୍ରିଟେନ ଓ ଫ୍ରାନ୍ସର ସାଥ୍

318

କନକ ବ୍ୟୁରୋ: ଆତଙ୍କବାଦୀ ବିରୋଧୀ ଯୁଦ୍ଧରେ ଭାରତକୁ ମିଳିଲା ଆମେରିକା, ବ୍ରିଟେନ ଓ ଫ୍ରାନ୍ସର ସାଥ । ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦକୁ କଳା ତାଲିକାଭୁକ୍ତ କରିବାକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଣିଛନ୍ତି ଆମେରିକା,ବ୍ରିଟେନ ଓ ଫ୍ରାନ୍ସ । ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ମୁଖ୍ୟ କୁଖ୍ୟାତ ଆତଙ୍କବାଦୀ ମସୁଦ ଅଜହରକୁ କଳା ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଦାବି କରିଛନ୍ତି ଏହି ୩ରାଷ୍ଟ୍ର । ମାସୁଦର ଆନ୍ତର୍ଜାତୀୟ ଯାତ୍ରା ଉପରେ ପ୍ରତିବନ୍ଧକ ଓ ସମ୍ପତିକୁ ଜବତ କରିବାକୁ ଦାବି କରିଛନ୍ତି । ଏହି ପ୍ରସ୍ତାବ ସମୟରେ ଜମ୍ମୁକଶ୍ମୀର ଅବନ୍ତିପୁରା ଆତଙ୍କବାଦୀ ଆକ୍ରମଣ ଘଟଣା ଉଠାଇଛନ୍ତି ତିନି ପ୍ରମୁଖ ରାଷ୍ଟ୍ର ।

ଏହି ପ୍ରସ୍ତାବ ଉପରେ କିଛି ଆପତି ଥିଲେ ସୁରକ୍ଷା ପରିଷଦର ସଦସ୍ୟ ରାଷ୍ଟମାନେ ଆସନ୍ତା ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ସେମାନଙ୍କର ମତ ରଖିବା ପାଇଁ ସମୟ ଦିଆଯାଇଛି । ୨୦୦୯ରୁ ଭାରତ ମସୁଦ ଅଜହର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଆସୁଛି । ତାପରେ୨୦୧୬-୧୭ରେ ମାସୁଦକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘରେ ପ୍ରସ୍ତାବ ଦେଇଥିଲା ଭାରତ ।

ତେବେ ଚୀନ ଏହି ପ୍ରସ୍ତାବକୁ ବିରୋଧ କରିବା ସହ ଭିଟୋ ପ୍ରୟୋଗ କରି ଏହାକୁ ଅଟକାଇ ଦେଇଥିଲା । ତେବେ ଗତକାଲି ଆମେରିକା , ବ୍ରିଟେନ ଓ ଫ୍ରାନ୍ସ ଏହି ପ୍ରସ୍ତାବ ଆଣିବା ପରେ ଚୀନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଅନ୍ୟପଟେ ଆମେରିକାର ବିଦେଶମନ୍ତ୍ରୀ କହିଛନ୍ତି ଆତଙ୍କବାଦ ବିରୋଧରେ ଲଢ଼େଇରେ ଆମେରିକା ଭାରତ ସହ ଅଛନ୍ତି ।