ଦୁଇ ବର୍ଷ ପୂର୍ବେ ଆଜିର ଦିନରେ ଦେଶରେ ଅଚଳ ହୋଇଥିଲା ୫ ଶହ ଓ ୧ ହଜାର ଟଙ୍କିଆ ନୋଟ । ତେବେ ଜାଣନ୍ତୁ ବିମୁଦ୍ରାକରଣର କଣ ରହିଛି ସଫଳତା…

୨୦୧୬ ମସିହା ଆଜିର ଦିନରେ ଭାରତରେ ବିମୁଦ୍ରାକରଣ କେନ୍ଦ୍ର ସରକାର ଲାଗୁ କରିଥିଲୋ

83
କନକ ବ୍ୟୁରୋ : ୨୦୧୬ ମସିହା ଆଜିର ଦିନରେ ଭାରତରେ ବିମୁଦ୍ରାକରଣ କେନ୍ଦ୍ର ସରକାର ଲାଗୁ କରିଥିଲୋ । ତେବେ ଏହାପରେ ସାରା ଦେଶର ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହୋଇଥିଲୋ । କାରଣ ଏପରି ହେବା ନେଇ କେହି ବି କୌଣସି ପ୍ରକାର ସୂଚନା ପାଇନଥିଲେ । ତେବେ ରାତିରେ କେନ୍ଦ୍ର ସରକାର ହଠାତ ଘୋଷଣା କଲେ କି ଆଉ ଦେଶରେ ୫୦୦ ଓ ହଜାର ଟଙ୍କିଆ ନୋଟ ଚଳିବ ନାହିଁ । ଯେଉଁମାନଙ୍କ ପାଖରେ ଏପରି ନୋଟ ରହିଛି ସୋମାନେ ବ୍ୟାଙ୍କରେ ଏହାକୁ ବଦଳାଇ ପାରିବେ । ତେବେ କେବଳ ବ୍ୟାଙ୍କ ନୁହେଁ ବରଂ ପେଟ୍ରୋଲ ପମ୍ପରେ ମଧ୍ୟ ଲୋକମାନେ ନୋଟ ବଦଳାଇପାରିବେ ବୋଲି କେନ୍ଦ୍ର ସରକାର କହିଥିଲେ । ଏହି ଯୋଜନାର ମୁଖ୍ୟଥିଲା ଦେଶରେ ଥିବା କଳାଧନ ବାହାର କରିବା ବୋଲି ସରକାର କହିଥିଲେ । ଏହି ଯୋଜନାକୁ ଅନେକ ରାଜ୍ୟ ସ୍ୱାଗତ କରିଥିବା ସମୟରେ ଅନେକ ମଧ୍ୟ ବିରୋଧ କରିଥିଲେ । ତେବେ ଆସନ୍ତୁ ଜାଣିବା ଏହା ହେବା ଫଳରେ ଦେଶରେ କିପରି ରହିଥିଲା ଏହାର ପ୍ରଭାବ…..

 

ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ ଦେଶରେ ମୋଟ ୧୬-୧୭ ମସିହାରେ ୧୫.୪୪ ଲକ୍ଷ ଟଙ୍କାକୁ ଅବୈଧ ଘୋଷଣା କରାଯାଇଥିଲା ଏବଂ ଏହାରି ମଧ୍ୟରୁ ୧୫.୩୧ ଲକ୍ଷ ଟଙ୍କା ଫେରିଥିବା ମଧ୍ୟ ସୂଚନା ମିଳିଛି । ଅର୍ଥାତ ୯୯ ପ୍ରତିଶତରୁ ଅଧିକ ଟଙ୍କା ଫେରିଆସିଛି । ମାତ୍ର ଦଶମିକ ୭ ପ୍ରତିଶତ ଟଙ୍କାର ବର୍ତମାନ ସମୟରେ ବି କୌଣସି ସୂଚନା ମିଳିନଥିବା ଜଣାପଡିଛି । ଏହାପରେ ପାଚଂସହ ଓ ହଜାର ଟଙ୍କିଆ ନେ୍ଧଙ୍କ ନଷ୍ଟ ହୋଇଯାଇଥିବା ମଧ୍ୟ ଜଣାପଡିଛି । କାରଣ ଏହି ପ୍ରକାର ନୋଟକୁ ସରକାର ବନ୍ଦ କରିଦେବା ପରେ ବ୍ୟାଙ୍କରେ ଯେଉଁ ସବୁ ନୋଟ ରହିଥିଲା ତାହାର ଆଉ କୌଣସି ବ୍ୟବହାର ହୋଇ ପାରୁନଥିବାରୁ ତାହା ନଷ୍ଟ କରାଯାଇଥିବା ଜଣାପଡିଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ ଉପରେ ସର୍ବଦା ଗୁରୁତ୍ୱ ଦେଉଛନ୍ତି । ତେଣୁ ନୋଟ ବନ୍ଦୀପରେ ଡିଜିଟାଲ ଟ୍ରାଞ୍ଜାକସନ ତୀବ୍ର ଗତିରେ ବୃଦ୍ଧି ପାଇଥିଲା । କେବଳ ଏତିକି ନୁହେଁ ଟ୍ୟାକ୍ସ ଆଦାୟ ମଧ୍ୟ ଅନେକ ପରିମାଣରେ ବଢିଥିବା ସୂଚନା ମିଳିଛି । ତେବେ ଦେଶରେ ଆର୍ଥିତ ସ୍ଥିତିକୁ ସୁଦୃଢ କରିବା ପାଇଁ ସରକାର ଏପରି କରିଥିବା ଅନେକ ସମୟରେ ଗଣମାଧ୍ୟମରେ କହିଛନ୍ତି ।