କନକ ବ୍ୟୁରୋ: ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲାରେ ନିରାପତ୍ତା ବଳ ସହିତ ଗୁଳିବିନିମୟ କରି ୨ଜଣ ଆତଙ୍କବାଦୀ ନିପାତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ବାରମୂଳା ଜିଲ୍ଲାର ହାଥ୍‌ଲାଙ୍ଗ୍‌ ଅନ୍ତର୍ଗତ ଉରିର ‘ଫର୍‌ୱାର୍ଡ’ ଅଞ୍ଚଳରେ ସେନା ଓ ବାରମୂଳା ପୁଲିସ ସହିତ ଆତଙ୍କବାଦୀମାନଙ୍କର ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରେ ତଲାସ ଅଭିଯାନ ଜାରି ରହିଛି।

Advertisment

ଅନ୍ୟପଟେ ଅନନ୍ତନାଗ କୋକରନାଗରେ ମଧ୍ୟ ସେନା ଅପରେସନ୍ ଜୋରଦାର ଜାରି ରହିଛି । ଟାର୍ଗେଟ ପାଖାପାଖି ପହଞ୍ଚିଛି ସେନା । ଏଠାରେ ୪ ଦିନ ହେବ ଆତଙ୍କବାଦୀ ଓ ନିରପତ୍ତା ବଳ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସେଠାରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଭୁଥିବା ବ‌େଳେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କୁ ଠାବ କରିବା ଲାଗି ‘ଡ୍ରୋନ୍‌ ସର୍ଭିଲେନ୍‌ସି’ କରାଯାଉଛି।