ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ

84

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କାବାଦୀ ଦୁଇ ଜଣଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ଆତଙ୍କାବାଦୀ ହୋଇଥିବା ବେଳେ ଆଉ ଜଣେ ଲସ୍କର-ସଂଗଠନର କମାଣ୍ଡର ନଦୀମ୍ ଆବ୍ରାର୍ ବୋଲି ଜଣାପଡିଛି । କଶ୍ମୀରର ପରିମପୁରାରେ ଆଜି ସକାଳୁ ଏଭଳି ଘଟଣା ଘଟିଛି । ଗାଡି ଆସିଥିବା ଏହି ଦୁଇ ଆତଙ୍କବାଦୀ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରୁ ଗୁଳି ଚାଳନା କରିଥିଲେ । ପରେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ନିହତ ହୋଇଛନ୍ତି ।

ଏପଟେ ଜମ୍ମୁର ସିଂଜୁଆନ୍ ମିଲିଟିରୀ ଷ୍ଟେସନ ପାଖରେ ଆଉ ଏକ ଅଜଣା ଡ୍ରୋନ ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଜମୁ ଆକାଶରେ ଡ୍ରୋନ ଉଡୁଥିବା ଦେଖିବା ପରେ ତଦନ୍ତ ଜାରି ରହିଛି । ସେପଟେ ଶନିବାର ରାତିରେ ଜମୁ ଏୟାର ଫୋର୍ସ ଷ୍ଟେସନରେ ହୋଇଥିବା ଡ୍ରୋନ ଆକ୍ରମଣ ଘଟଣାର ତଦନ୍ତ ଦାୟିତ୍ୱ ଏନଆଇଏକୁ ଦିଆଯାଇଛି । ଡ୍ରୋନ ଆକ୍ରମଣର ୪୮ ଘଂଟା ପରେ ତଦନ୍ତର କୌଣସି ଅଗ୍ରଗତ ଘଟି ନାହିଁ । ଏନଆଇଏ ତଦନ୍ତରୁ କିଛି ସୁରାଗ୍ ମିଳିପାରେ ବୋଲି ଆଶା କରାଯାଉଛି ।