ଦୁର୍ଦ୍ଦିନରେ ସମ୍ବଲପୁର ବଡବଜାରର ଦୁଇ ଭଉଣୀ । ବାପା ଓ ମା’ଙ୍କୁ ହରାଇ ଅନାଥ ଥିବା ଦୁଇ ଭଉଣୀଙ୍କ ଜୀବିକା ଛଡାଇ ନେଇଛି କରୋନା,  ସରକାରୀ ସହାୟତା ପାଇଁ କଲେ ଗୁହାରୀ ।

234

କନକ ବ୍ୟୁରୋ : ବାପା ମା ଚାଲିଗଲା ପରେ ଦୁର୍ଦ୍ଦିନରେ ଦୁଇ ଭଉଣୀ । ସମ୍ବଲପୁର ବଡବଜାରର ଦୁଇ ଭଉଣୀ ରୁକ୍ମିଣୀ ରାୟ ଓ କୁନ୍ତୀ ରାୟ । ପେଟକୁ ଦାନ ଗଣ୍ଡିଏ ଦେବା ପାଇଁ ଛୋଟ ମୋଟ କାମ କରୁଛନ୍ତି । ହେଲେ କରୋନା ମହାମାରୀ  ଯୋଗୁଁ ତାହା ବି ଠପ୍ । କିନ୍ତୁ ଏବେ ସରକାରୀ ସହାୟତା ପାଇଁ ଗୁହାରୀ  କରୁଛନ୍ତି ଦୁଇ ଭଉଣୀ ।

କରୋନା ମହାମାରୀ ଛଡାଇନେଲା ବୃତି, ଏବେ ଅସହାୟ ଅବସ୍ଥାରେ ଘରେ ଦୁଇ ଭଉଣୀ । ବାପା ମା ଚାଲିଗଲା ପରେ ପୂରା ଏକା ହୋଇ ପେଟ ପାଇଁ ଦାନା ଯୋଗାଡରେ ଲାଗିଛନ୍ତି । ସମ୍ବଲପୁର ବଡବଜାରର ଦୁଇ ଭଉଣୀ ରୁକ୍ମିଣୀ ରାୟ ଓ କୁନ୍ତୀ ରାୟ । ବହୁବର୍ଷ ପୂର୍ବରୁ ବାପାଙ୍କୁ ହରାଇବା ପରେ ୨୦୧୧ରେ ଭାଇଙ୍କୁ ହରାଇଛନ୍ତି । ମା’ ମଧ୍ୟ ଆରପାରିରେ  । ଦୁଇ ଭଉଣୀ ବିବାହ କରି ନାହାନ୍ତି  । ଘରେ ଆଉ କେହି ନାହିଁ ।  ପ୍ରିଂଟିଂ ପ୍ରେସରେ ହେଉଥିବା ଛୋଟ ମୋଟ କାମରୁ ଯାହା କିଛି ରୋଜଗାର  । ହେଲେ କରୋନା ସ୍ଥିତି ତାହା ମଧ୍ୟ ବିଗାଡ଼ି ଦେଇଛି  । ଏବେ ସେ କାମ ମଧ୍ୟ ଏକ ପ୍ରକାର ବନ୍ଦ ହୋଇପଡ଼ିଛି

ସରକାରୀ ଭତା  ଓ ଦୁଇ ଭଉଣୀ ପାଉଥିବା ୧୦ କେଜି ଚାଉଳ ଏମାନଙ୍କର ସାହା ଭରସା । ହେଲେ ସେତିକିରେ ତ  ପେଟ ପୂରିବନି । ଫଳରେ ହାତ ଉଧାରି ବଢୁଛି । ଗତ ୧୫ ଦିନ ହେବ କିଛି କିଛ କାମ ଆସୁଛି ହେଲେ ତାହା ବି ନିଅଂଟ  । ଫଳରେ ସରକାରୀ ସାହାଯ୍ୟକୁ ଅନାଇ ବସିଛନ୍ତି ।