କନକ ବ୍ୟୁରୋ: ଭବାନୀପାଟଣାରେ ବ୍ରିଜ୍ ଭୁଶୁଡିପଡିବାରୁ ୨ଟି ଚଳନ୍ତି କାର ଭାଙ୍ଗି ନଷ୍ଟ ହୋଇଯାଇଛି । ସୌଭାବ୍ୟବସତଃ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନାହିଁ । କିନ୍ତୁ ୭ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଛି । ଭବାନୀପାଟଣାଠାରୁ ଥୁଆମୂଳ ରାମପୁର ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି । ଅପରାହ୍ଣ ୩ ଟାରେ ଏଭଳି ଅଘଟଣା ଘଟଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଭବାନୀପାଟଣା ଠାରୁ ଥୁଆମୁଳ ରାମପୁର ଯାଇଥିବା ରାସ୍ତାର ସାଇଧାମ ନିକଟ ବ୍ରିଜ ବହୁ ପୁରୁଣା ଥିଲା । ମରାମତି ହୋଇନଥିବାରୁ ବ୍ରିଜ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି ।
ବ୍ରିଜ ଭୁଶୁଡ଼ିବାରୁ ଖସି ପଡ଼ିଲା ଦୁଇ ଚଳନ୍ତା କାର୍: ଦୁର୍ଘଟଣାରେ ୭ ଜଣ ଆହତ
/kanak/media/post_attachments/wp-content/uploads/2022/10/19-18.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)