“ଚାକରାଣୀ ରଖନ୍ତୁ, ଦରମା ବିଷୟରେ ପରେ କଥା ହେବା, ପ୍ରଥମେ କାମ ଦେଖନ୍ତୁ”….ତା’ପରେ ୪ ଲକ୍ଷ ଧରି ମାରିଲେ ଚମ୍ପଟ

“ବାସନ ବି ଏମିତି ସଫା କରିବୁ ଯେ, ସେଥିରେ ଆପଣଙ୍କ ମୁହଁ ଦେଖାଯିବ... ”

185

“ଦିଦି ଆପଣ ଆମର ଦରମା ବିଷୟରେ ପରେ ଭାବିବେ, ପ୍ରଥମେ ଆମର କାମ ଦେଖି ନିଅନ୍ତୁ କି, ଆମେ କେତେ ଭଲ କାମ କରୁଛୁ । ବାସନ ବି ଏମିତି ସଫା କରିବୁ ଯେ, ସେଥିରେ ଆପଣଙ୍କ ମୁହଁ ଦେଖାଯିବ… ” । ଏମିତି ମିଠା ମିଠା କଥା କହି ଦୁଇଜଣ ମହିଳା ନିଜକୁ ଚାକରାଣୀ କହି ସାଉଥ ଏକ୍ସଟେନ୍ସନ ଅଂଚଳର ଏକ କୋଠାରେ ପଶିଗଲେ । ଜଣେ ମହିଳା ରୋଷେଇ ଘରେ ବାସନ ସଫା କରିବାକୁ ଲାଗିଲା ଏବଂ ଅନ୍ୟ ଜଣେ ଝାଡୁ ଉଠାଇ ଘର ସଫା କରିବାକୁ ଲାଗିଲା । ଝାଡୁ କରି କରି କିଛି ମିନିଟରେ ଡ୍ରଇଙ୍ଗ ରୁମ୍ ଓ ବେଡରୁମ୍ ପର୍ଯ୍ୟନ୍ତ ପହଂଚିଗଲେ । ଏବଂ ସେଠି ରଖାହୋଇଥିବା ଗହଣା ଓ ପାଖାପାଖି ୪ ଲକ୍ଷ ଟଙ୍କା ଲୁଟିନେଲେ । ସେହି ଘରେ ପାଖାପାଖି ୮ ଜଣ ସଦସ୍ୟ ଥିଲେ । କିନ୍ତୁ ଉଭୟ ମହିଳା ବହୁତ ଚାଲାକିରେ ମାତ୍ର ୧୦ ମିନିଟ୍ ଭିତରେ ଲକ୍ଷ ଲକ୍ଷ ଟଙ୍କାର ଗହଣା ଓ ଟଙ୍କା ସଫା କରିନେଲେ ।

ଏହାପରେ ପଡୋଶୀ ମାଉସୀଙ୍କୁ ଧନ୍ୟବାଦ ଦେଇ ଆସୁଛୁ କି, ଆମକୁ ଚାକିରୀ ମିଳିଗଲା ବୋଲି କହି ସେମାନେ ଘରୁ ବାହାରିଗଲେ । ପରେ ଯେତେବେଳେ ଘର ଲୋକ ଆଲମାରୀ ଖୋଲି ଦେଖିଲେ, ଚୋରି ହୋଇଥିବା ଜାଣିଲେ । ଏହି ଘଟଣା ସକାଳ ପାଖାପାଖି ୯ଟା ୪୫ରେ ସାଉଥ ଏକ୍ସ ପାର୍ଟ-୧ ର ସି ବ୍ଲକ୍ ବିଲ୍ଡିଙ୍ଗରେ ଘଟିଛି ।