କନକ ବ୍ୟୁରୋ: ପୁଲିସ ହାତରେ ଧରାପଡିଲା ଠକ ବାବା । କିଛି ଦିନ ହେଲା ତନ୍ତ୍ର ମନ୍ତ୍ର ବାହାନାରେ ଠକିଚାଲିଥିଲା ଲୋକଙ୍କୁ । ଜଣଙ୍କ ଘରେ ପଶି କଳାକନା ବୁଲାଇଥିବା ବେଳେ ଧରାପଡିଲା ପୁଲିସ ହାତରେ । ଦେବଗଡ ହାତୀଶାଳ ସାହିରେ ଏହି ଦୁଇ ବୁଲା ବାବା ଲୋକଙ୍କୁ ଠକି ଚାଲିଥିଲେ । ମୁମ୍ବାଇ ଓ ଦିଲ୍ଲୀରୁ ୨ ଠକ ଲୋକଙ୍କ ମନୋସ୍କାମନା ପୂରଣ କରିବା ସହିତ ବିଭିନ୍ନ ତନ୍ତ୍ର ମନ୍ତ୍ର ସହ ତାବିଜ ଦେଉଥିଲେ । ଜଣକ ଘରେ କେହି ନଥିବା ବେଳେ ମହିଳା ଓ ଶିଶୁଙ୍କୁ ଅଚେତ କରି ଘରୁ ଟଙ୍କା ଲୁଟି ନେଇଥିଲେ । ୨୫ଶହ ଟଙ୍କା ନେଇ ଫେରାର ହୋଇଯାଇଥିଲେ ବାବା ୨ ଜଣ । ତେବେ ଘରୁ ଅଧିକ ଲୁଟ୍ କରବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ୨ ଠକ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ଘଟଣାସ୍ଥଳରେ ପହଂଚି ପୁଲିସ ସେମାନଙ୍କୁ କାବୁ କରିନେଇଥିଲା । ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିବା ସହିତ ତାଙ୍କଠାରୁ ଟଙ୍କା ଓ ତାବିଜ ଜବତ କରିଛି ପୁଲିସ ।