ରାଜଧାନୀରେ ଅଢେଇ ଘଣ୍ଟାର ଆତଙ୍କ : ଦବଦବା ଜାହିର କରି ମଞ୍ଚେଶ୍ୱର ଛକରେ ଖଣ୍ଡା ବୁଲାଇଲେ ଅପରାଧୀ; ଆକ୍ରମଣରେ ୫ଆହତ

812

କନକ ବ୍ୟୁରୋ : ରାଜଧାନୀରେ ଅଢେଇ ଘଣ୍ଟାର ଆତଙ୍କ । ମଞ୍ଚେଶ୍ୱର ଛକରେ ବୁଲିଲା ଖଣ୍ଡା । ମଞ୍ଚେଶ୍ୱର ଅଞ୍ଚଳରେ ଦବଦବା ପାଇଁ ଖଣ୍ଡା ବୁଲାଇ ଦାଦାଗିରି । ୧୦ଟି ଦୋକାନକୁ ଖଣ୍ଡାରେ ହାଣିଲେ । ପ୍ରତିବାଦ କରିବାକୁ ଗାଳିଗୁଲଜ କରିବା ସହ ଆକ୍ରମଣ କଲେ । ଏଥିରେ ୫ ଜଣ ଦୋକାନୀ ଆହତ ହୋଇଛନ୍ତି ।

ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଏକ କାର, ଲୁହା ପାଇପ ଓ ମୋବାଇଲ ଜବତ କରାଯାଇଛି । ଅଭିଯୁକ୍ତ ରାକେଶ ମହାନ୍ତି ନାଁରେ କମିଶନରେଟ୍ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।