ଗୋଟିଏ ଦିନରେ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା: କନ୍ଧମାଳ ବାଲିଗୁଡାରେ ଘର ଉପରକୁ ମାଡିଗଲା କାର, ଜଣେ ମୃତ, ଏପଟେ ବରଗଡରେ ଓଲଟିଲା ବରଯତ୍ରୀ ଅଟୋ, ୨ ମୃତ, ୧୭ ଆହତ ।

63

କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ଠାରେ ଗତକାଲି ରାତିର ଏକ ଦୁଃଖଦ ଘଟଣା ଘଟିଛି । ଏକ ଭୋଜି ସାରି ଫେରିବା ବେଳେ ଏକ କାର ଭାରସାମ୍ୟ ହରାଇ ଧକ୍କା ଦେଇଥିବା ସହ କାରଟି ଘର ଉପରକୁ ଚଢ଼ି ଯାଇଥିଲା । ଫଳରେ ଜଣେ ମୃତ ହୋଇଛନ୍ତି । ତେବେ ଡ୍ରାଇଭର ଫେରାର ଥିବାବେଳେ ଅନ୍ୟ ଜଣକୁ ଅଟକ ରଖିଛନ୍ତି ଉତ୍ୟେକ୍ତ ଗାଁ ଲୋକେ ।

ସେପଟେ ବରଯାତ୍ରୀ ହେଲା ଶେଷ ଯାତ୍ରା । ବରଯାତ୍ରୀ ଯାଇ ଆନନ୍ଦ ଉଲ୍ଲାସରେ ଫେରିଲା ବାଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୧୭ ଜଣ ଗୁରୁତର ଭାବେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ବରଗଡ଼ ଗୋବିନ୍ଦପାଲି ଅଞ୍ଚଳରୁ ବିଜେପୁର ଚମାରପଡ଼ାକୁକୁ ଏକ ବାହାଘର ବରଯାତ୍ରୀ ଯାଇଥିଲେ। ସେଠାରୁ ଏକ ଗାଡ଼ିରେ ବରଗଡ଼କୁ ଫେରୁଥିବା ସମୟରେ ଗାଡିଟି ବିଜେପୁର ସ୍ୱର୍ଣ୍ଣ ଛକରେ ଭରସ୍ୟମ ହରାଇ ଗାଡିଟି ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମାନେ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣାଟି ଭୋର ୪ ଟାରୁ ହୋଇଥିଲା । ସ୍ଥାନୀୟ ଲୋକେ ଆହତ ମାନଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ବରଗଡ଼ ଓ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।