ପୁଣି ବିବାଦ ଘେରରେ ଟ୍ୱିଟର । କାଶ୍ମୀର ଓ ଲଦାଖ ନଥାଇ ଜାରିକଲା ଭାରତୀୟ ମାନଚିତ୍ର

154

କନକ ବ୍ୟୁରୋ : କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ ଆଉପାଦେ ଆଗକୁ ବଢିଛି । ଏକ ବିବାଦୀୟ ମାନଚିତ୍ର ଜାରି କରି ଟ୍ୱିଟର ପୁଣି ବିବାଦ ଘେରକୁ ଆସିଛି । ଟ୍ୱିଟର ତରଫରୁ ଜାରି କରାଯାଇଥିବା ମାନଚିତ୍ରରେ ଲଦାଖ ଓ କାଶ୍ମୀରକୁ ଅଲଗା ଦେଶ ଭାବେ ଚିହ୍ନିତ କରାଯାଇଛି ।

ସୂଚନା ମୁତାବକ ଟ୍ୱିଟରର କ୍ୟାରିୟର ପେଜର ଟ୍ୱିପ୍ ଲାଇଫ ସେକ୍ସନରେ ବିଶ୍ୱ ମାନଚିତ୍ର ରହିଛି । ଏହି ମ୍ୟାପ ସହାୟତାରେ ଟ୍ୱିଟର ଦର୍ଶାଇଥାଏ କି ସାରା ବିଶ୍ୱରେ ତାର ଟିମ୍ ରହିଛି । ଏହି ମ୍ୟାପରେ ଭାରତ ବି ରହିଛି । ମାତ୍ର ଭାରତର ମାନଚିତ୍ରକୁ ବିବାଦୀୟ ଭାବେ ଦେଖାଯାଇଛି । ଟ୍ୱିଟରରେ ଦର୍ଶା ଯାଇଥିବା ଭାରତର ମାନଚିତ୍ରରେ ଲଦାଖ ଓ କାଶ୍ମୀର ନାହିଁ । ଏହାକୁ ଦୁଇଟି ଅଲଗା ଅଲଗା ଦେଶ ଭାବେ ଦର୍ଶାଇଛି ଟ୍ୱିଟର । ଏହା ପୂର୍ବରୁ ବି ଥରେ ଏମିତି ବିବାଦୀୟ ଭାରତ ମାନଚିତ୍ର ଟ୍ୱିଟର ପକ୍ଷରୁ ଦର୍ଶା ଯାଇଥିଲା । ଯେଉଁଥିରେ ଲଦାଖ ନଥିଲା । ଏନେଇ ଅଭିଯୋଗ ହେବା ପରେ ପୁଣି ତାକୁ ଠିକ୍ କରିଥିଲା ଟ୍ୱିଟର ।

ସୂଚନାନୁସାରେ, ଭାରତ ସରକାର ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇ ମାନଚିତ୍ରରେ କେବେ ପରିବର୍ତ୍ତନ କରାଯାଇଥିଲା ସେ ନେଇ ପଚରାଉଚରା କରୁଛନ୍ତି? ଏହି ମାନଚିତ୍ରଟି କେବେ ୱେବସାଇଟରେ ରଖାଗଲା ଏବଂ ମାନଚିତ୍ରରେ ପରିବର୍ତ୍ତନ ପଛରେ ଉଦ୍ଦେଶ୍ୟ କ’ଣ? ସେ ନେଇ ପଚରାଉଚୁରା କରାଯାଉଛି ଜ୍ଝ ଏଥିପାଇଁ ସରକାର କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ।

କହିରଖୁ କି ପୂର୍ବ ସପ୍ତାହରେ କପିରାଇଟ ଆଇନ ଉଲଙ୍ଘନ କରିଥିବା ଅଭିଯୋଗରେ ସୂଚନା ଓ ପ୍ରଶାରଣ ମନ୍ତ୍ରୀ ରବି ଶଂକରଙ୍କ ଆକାଉଣ୍ଟକୁ ଟ୍ୱିଟର ୧ ଘଂଟା ପାଇଁ ବନ୍ଦ କରିଦେଇଥିଲା । ଏହାକୁ ନେଇ ରବିଶଂକର କ୍ଷୋଭ ପ୍ରକାଶ କରିଥିଲେ ।