ରାହୁଲ ଗାନ୍ଧୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଟ୍ୱିଟର । ଅସ୍ଥାୟୀ ଭାବେ ବ୍ୟାନ କଲା ଆକାଉଣ୍ଟ

148

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଟ୍ୱିଟର । ଦିଲ୍ଲୀ ୯ ବର୍ଷର ଦଳିତ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ପରେ ପରିବାର ଲୋକଙ୍କୁ ଭେଟି ଟ୍ୱିଟରରେ ଫୋଟୋ ସେୟାର କରିଥିଲେ ରାହୁଲ । ଦୁଷ୍କର୍ମ ପୀଡିତା କି ତାଙ୍କ ପରିବାର ଲୋକଙ୍କ ଫଟୋକୁ ସାର୍ବଜନିନ ଏକ ଦଣ୍ଡନୀୟ ଅପରାଧ ବୋଲି କହିଥିଲେ ସୁପ୍ରିମକୋର୍ଟ । ଆଉ ଏହା ସତ୍ୱେ ପୀଡିତାଙ୍କ ମାଆ-ବାପାଙ୍କ ଫଟୋ ସେୟାର କରି ବିବାଦର ସମ୍ମୁଖୀନ ହୋଇଛନ୍ତି ରାହୁଲ ।

ବିବାଦ ପରେ ରାହୁଲଙ୍କ ପୋଷ୍ଟକୁ ଟ୍ୱିଟର ହଟାଇ ଦେଇଛି । ସେପଟେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା ବିଜେପି । ଅନ୍ୟପଟେ ଜାତୀୟ ଶିଶୁ ଅଧିକାର କମିଶନ ଟୁଇଟର ପାଖରେ ଫେରାଦ ହୋଇ ରାହୁଲ ଗାନ୍ଧିଙ୍କ ଏହି ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲା ।