ଟ୍ୱିଟର, ଫେସବୁକ, ମାଇକ୍ରୋସପ୍ଟ ରାସ୍ତାରେ ଆମାଜନ। ଖୁବ ଶୀଘ୍ର ୧୦ହଜାର କର୍ମଚାରୀଙ୍କୁ କରିବ ଛଟେଇ ।

98

କନକ ବ୍ୟୁରୋ: ଟ୍ୱିଟର ଓ ମେଟା ପରେ ଏବେ ‘ଆମାଜନ’ରେ ମଧ୍ୟ କର୍ମଚାରୀଙ୍କ ଛଟେଇକୁ ନେଇ ଖବର ଆସିଛି । ଆମାଜନ ମଧ୍ୟ କଷ୍ଟ କଟିଂ ତାଲିକାରେ ସାମିଲ ହୋଇଛି । ନିଜର ହଜାର ହଜାର କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବା ପାଇଁ ଯୋଜନା କରିଛି ଏହି ଇ-କମର୍ସ କମ୍ପାନୀ । ସୂଚନା ଅନୁସାରେ ପାଖାପାଖି ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନିଷ୍ପତି ନିଆଯାଇଛି । ଯଦି କମ୍ପାନୀ ଏକାଥରେ ଏବେ ୧୦ ହଜାର କର୍ମୀଙ୍କୁ ଛଟେଇ କରିବ ତେବେ ଏହା ଆମାଜନ ଇତିହାସରେ ଏକ ବଡ଼ ଘଟଣା ହେବ ।

ବ୍ୟବସାୟରେ ମାନ୍ଦାବସ୍ଥା ଜାରି ରହିଥିବାରୁ ରାଜସ୍ୱ ମଧ୍ୟ ହ୍ରାସ ପାଇଛି । ତେଣୁ କଷ୍ଟ କଟିଂକୁ ନେଇ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କୁହାଯାଉଛି । ଏହି ଇ-କର୍ମସ କମ୍ପାନୀ ବିଶ୍ୱସ୍ତରରେ ୧୬ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛି । ଏହି ଛଟେଇ ମୁଖ୍ୟତଃ ଆଲେକ୍ସା ଭଳି ଉତ୍ପାଦ ନିର୍ମାତା କମ୍ପାନୀର ଡିଭାଇସ ୟୁନିଟ, ଏହାର ରମିଟେଲ ୟୁନିଟ୍, ଏବଂ ମାନବ ସମ୍ବଳ ଟିମ ଦ୍ୱାରା କରାଯିବ । ସେହିପରି ଆମାଜନ ନିଜ କର୍ମଚାରଙ୍କୁ ଅନ୍ୟ ସ୍ଥାନରେ ଚାକିରୀ ଖୋଜିବାକୁ ପୂର୍ବରୁ ସୂଚନା ଦେଇସାରିଛି । ତେବେ ଏହା ସହ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଆମାଜନ ଏହି ୧୦ ହଜାର କର୍ମଚାରୀଙ୍କୁ ଛଟେଇ ପରେ କମ୍ପାନୀ ପାଇଁ ବହୁ ନୂତନ କୌଶଳ ରୋବର୍ଟର ବ୍ୟବହାର ବଢ଼ାଇବା ନେଇ ସୂଚନା ରହିଛି ।