ମୋଦିଙ୍କ ଟ୍ୱିଟର ଆକାଉଣ୍ଟରେ ଫେକ ଫଲୋଅର୍ସ ! ଘଣ୍ଟାକରେ ଗାୟବ ହେଲେ ମୋଦିଙ୍କର ୩ଲକ୍ଷ ଫେକ ଅନୁଗାମୀ ।

47

ଟ୍ୱିଟର କମ୍ପାନୀ ଫେକ ଆକାଉଣ୍ଟ ଫଲୋଅର୍ସଙ୍କୁ ହଟାଇବା ପାଇଁ ଅଭିଯାନ ଆରମ୍ଭ କରିଛି । ଯେଉଁଥିରେ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି, ରାଜନେତା ମାନଙ୍କର ଫଲୋଅର୍ସ ସଂଖ୍ୟା ହ୍ରାସ ପାଇଛି । ଏହି ପରିକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବୁଠାରୁ ଅଧିକ ଫେକ ଫଲୋଅର୍ସଙ୍କୁ କ୍ଲିନ କରିଛି ଟ୍ୱିଟର । ଏଥିସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଏବଂ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଫଲୋଅର୍ସ ସଂଖ୍ୟା ମଧ୍ୟ ହ୍ରାସ ହୋଇଛି ।  ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ୱିଟର ଏହି ଅଭିଯାନ ଦ୍ୱାରା ୭ କୋଟି ଫେକ ଆକାଉଣ୍ଟ କୁ ଚିହ୍ନଟ କରି ସମ୍ପୂର୍ଣ୍ଣ ଡିଲିଟ କରିଦେଇଛି । ତେବେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଫଲୋଅର୍ସ ସଂଖ୍ୟା ୪ କୋଟି ୩୪ ଲକ୍ଷ ଥିବାବେଳେ ବର୍ତ୍ତମାନ ୪ କୋଟି ୩୧ ଲକ୍ଷକୁ ହ୍ରାସ ପାଇଛି । ସେହିପରି କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀଙ୍କ ୧୭ ହଜାର ଫେକ ଫଲୋଅର୍ସଙ୍କୁ ଡିଲିଟ୍ କରିଛି ଟ୍ୱିଟର ।

ପର୍ଯ୍ୟାୟକ୍ରମେ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କର ୭୪ ହଜାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରୀୱାଲଙ୍କର ୯୨ ହଜାର ଫେକ ଫଲୋଅର୍ସଙ୍କୁ ହଟାଇ ଦେଇଛି ଟ୍ୱିଟର । ଟ୍ୱିଟର ଦ୍ୱାରା ଆପତିଜନକ ପୋଷ୍ଟ ଏବଂ ସନ୍ଦିଗ୍ଧଙ୍କ ଉପରେ ନଜର ରଖି ଏଭଳି ଫେକ ଫଲୋଅର୍ସଙ୍କୁ ବାଦ ଦେଇଛି ଟ୍ୱିଟର । କେବଳ ଭାରତ ନୁହେଁ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ପାଖାପାଖି ଏକ ଲକ୍ଷ ଫେକ ଫଲୋଅର୍ସଙ୍କୁ ବାଦ ଦିଆଯାଇଥିବାବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ୪ ଳକ୍ଷ ଫଲୋଅର୍ସ ସଂଖ୍ୟା ହ୍ରାସ ହୋଇଛି ।

ବର୍ତ୍ତମାନ ଯେ କୌଣସି ଜିନିଷର ପ୍ରଚାର ପ୍ରସାର କରିବା ପାଇଁ ସୋସିଆଲ ମିଡିଆ ହେଉଛି ଉତ୍ତମ ମାଧ୍ୟମ । ଆଉ ଏବେ ସୋସିଆଲ ମିଡିଆରେ ଚାଲିଛି ଟ୍ୱିଟ୍ ଟ୍ରେଣ୍ଡ । ବିଶେଷ କରି ରାଜନେତାମାନେ ଏହି ସୋସିଆଲ ମିଡିଆର ଏକ ପ୍ରମୁଖ ଅସ୍ତ୍ର ଟ୍ୱିଟଟରେ ନିଜର ମତ ପ୍ରକାଶ କରି ଲୋକଙ୍କ ନିକଟତର ହେବାକୁ ଚାହୁଁଛନ୍ତି । ହେଲେ ଏତିକି ବେଳେ ଦେଶର ଦୁଇ ହେଭିୱେଟ ନେତାଙ୍କୁ ଟ୍ୱିଟର ଦେଇଛି ବଡ ଝଟକା ।