ଥମୁନି ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ । ଟ୍ୱିଟରକୁ କଡ଼ା ଚେତାବନୀ ଦେଲା କେନ୍ଦ୍ର ଆଇଟି ମନ୍ତ୍ରାଳୟ

115

କନକ ବ୍ୟୁରୋ : ଟୁଇଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିିବା ବିବାଦ ଥମିବାର ନାଁ ନେଉ ନାହିଁ । ଟୁଇଟର କେନ୍ଦ୍ର ସୂଚନା ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଆକାଉଂଟକୁ ଏକ ଘଂଟା ପାଇଁ ଅକାମୀ କରିଦେଇଥିଲା ବୋଲି ଅଭିଯୋଗ ହୋଇଛି । ନିଜେ କେନ୍ଦ୍ରମନ୍ତ୍ରୀ ଏନେଇ ସୂଚନା ଦେବା ସହ କହିଛନ୍ତି ଯେ, ସେ ପ୍ରାୟ ଏକ ଘଂଟା ଧରି ନିଜ ଆକାଉଂଟ ଖୋଲିପାରି ନଥିଲେ । ଅବଶ୍ୟ ପରେ ଏହି ଅସୁବିଧା ଦୂର ହୋଇଥିଲା ।
ସେହିପରି କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ଆକାଉଂଟ ମଧ୍ୟ କିଛି ସମୟ ଅଚଳ ହୋଇଥିଲା ବୋଲି ମଧ୍ୟ ସୂଚନା ମିଳିଛି । ନୂଆ ଆଇଟି ନିୟମକୁ ନେଇ ଟୁଇଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟ ବିବାଦ ଚାଲିଛି । ନୂଆ ଆଇଟି ନିୟମକୁ ସମ୍ପୂର୍ଣ୍ଣ ପାଳନ କରିବାକୁ ଟୁଇଟର ରାଜି ହେଉ ନାହିଁ । ଏପଟେ ନୂଆ ଆଇନ ପାଳନ କରିବାକୁ ସମୟ ସୀମା ଦେବା ପରେ କଡ଼ା ଚେତାବନୀ ଦେଇଛି କେନ୍ଦ୍ର ଆଇଟି ମନ୍ତ୍ରାଳୟ । ଟୁଇଟର କର୍ମଚାରୀ ସଂସଦୀୟ ଷ୍ଟାଣ୍ଡିଂ କମିଟି ଆଗରେ ହାଜର ହୋଇସାରିଛନ୍ତି ।