ଟ୍ରେଣ୍ଡ କରିବାରେ ଲାଗିଛି #Remove_all_BlueTicks, ମସ୍କଙ୍କ ଏଣ୍ଟ୍ରି ପରେ ଟ୍ୱିଟରରୁ ହଟିଯିବ କି ବ୍ଲୁ ଟିକ୍?

ଟ୍ରେଣ୍ଡ କରିବାରେ ଲାଗିଛି #Remove_all_BlueTicks, ମସ୍କଙ୍କ ଏଣ୍ଟ୍ରି ପରେ ଟ୍ୱିଟରରୁ ହଟିଯିବ କି ବ୍ଲୁ ଟିକ୍?

କନକ ବ୍ୟୁରୋ: ଟ୍ୱିଟରର ମାଲିକାନା ଏଲନ ମସ୍କଙ୍କ ପାଖକୁ ଆସିସାରିଛି । ମାଲିକାନା ଆସିବା ପରେ ମସ୍କ ଟ୍ୱିଟ କରିଥିଲେ ଚିଡିଆ ଆଜାଦ ହୋ ଗଇ । ଅର୍ଥାତ ପକ୍ଷୀ ମୁକ୍ତ ହୋଇଯାଇଛି । ଅନେକ ବିବାଦ ପରେ ଶେଷରେ ଟ୍ୱିଟର ମାଲିକାନା ଅରବପତି ଏଲନମସ୍କ କିଣିଥିଲେ । ବର୍ତ୍ତମାନ ଆଶା କରାଯାଉଛି ଯେ, ଟ୍ୱିଟରରେ ଅନେକ ପରିବର୍ତ୍ତନ ହୋଇପାରେ । ତେବେ କଣ ଏହି ପରିବର୍ତ୍ତନ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । ତେବେ କଣ ଟ୍ୱିଟରରୁ ସମସ୍ତଙ୍କ ବ୍ଲୁ ଟିକ୍ ହଟିଯିବ? ଏହି ପ୍ରଶ୍ନ ଏଥିପାଇଁ ଆସୁଛି କାରଣ ଏହାକୁ ନେଇ ଅନେକ ଲୋକ ଟ୍ୱିଟରରେ ଟ୍ରେଣ୍ଡ ଚଳାଇଛନ୍ତି । ଟ୍ୱିଟରରେ ହ୍ୟାସଟ୍ୟାଗ #Remove_all_BlueTicks ଲଗାତର ଟ୍ରେଣ୍ଡ କରିବାରେ ଲାଗିଛି ।

ଲୋକେ ମଧ୍ୟ ଏହି କ୍ୟାମ୍ପେନକୁ ନେଇ କହିବାରେ ଲାଗିଛନ୍ତି ଯାହାର ଫଲୋଅର୍ସଙ୍କ ସଂଖ୍ୟା ଶହେରୁ କମ ରହିଛି ସେମାନଙ୍କୁ ମଧ୍ୟ ବ୍ଲୁ ଟିକ୍ ମଳିଛି । ଯେତେବେଳେ କି ସେମାନେ ଏଥିପାଇଁ ଯୋଗ୍ୟ ନୁହନ୍ତି । ୟୁଜର୍ସ ଏଭଳି ଅନେକ ପ୍ରୋଫାଇଲ ସେୟାର କରିଛନ୍ତି ଯେଉଁମାନେ ଟ୍ୱିଟରରେ ଆକ୍ଟିଭ ନ ରହି ସେମାନଙ୍କୁ ବ୍ଲୁ ଟିକ୍ ମିଳିଛି ।

କମ୍ପାନୀରେ ବ୍ଲୁ ଟିକ୍ ନେଇ କୌଣସି ପଲିସି ନାହିଁ । କିଛି ଲୋକ ଏହାକୁ ନେଇ ସାମାଜିକ ପ୍ରସଙ୍ଗ କରିସାରିଛନ୍ତି । ତେବେ କମ୍ପାନୀ ଏନେଇ କୌଣସି ଆଧିକାରିକ ସୂଚନା ଦେଇନାହିଁ । ତେବେ ବ୍ଲୁ ଟିକ ହଟାଇବାର ସମ୍ଭବନା କମ ରହିଛି । ବ୍ଲୁ ଟିକରୁ ସ୍ପଷ୍ଟ ହୋଇଥାଏ ଯେ ଆପଣଙ୍କ ଆକାଉଣ୍ଟର ସତ୍ୟତା ରହିଛି । ଏହାକୁ ନେଇ କମ୍ପାନୀର ଏକ ପଲିସି ବି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe