ଟ୍ୱିଟର ରାଜନୀତି ନେଇ ମୁହଁ ଖୋଲିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କହିଲେ ଦେଶର ରାଜନୈତିକ ପ୍ରକ୍ରିୟା ମଧ୍ୟରେ ହସ୍ତକ୍ଷେପ କରୁଛି ଟ୍ୱିଟର ।

103

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ ହେବା ପରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଉପରେ ବର୍ଷିଛନ୍ତି ରାହୁଲ । କଂଗ୍ରେସ ସାଂସଦ କହିଛନ୍ତି ଦେଶର ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛି ଟ୍ୱିଟର । ଖାଲି ସେତିକି ନୁହେଁ ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ଗୋଟିଏ କମ୍ପାନୀ ଆମ ରାଜନୀତି ସ୍ଥିର କରିବା ଆରମ୍ଭ କଲାଣି ଆଉ ଜଣେ ରାଜନେତା ହିସାବରେ ମତେ ତାହା ପସନ୍ଦ ନାହିଁ ।

ରାହୁଲ ଗାନ୍ଧୀ ଏକ ଭିଡିଓ ଷ୍ଟେଟମେଣ୍ଟ ଜାରି କରି ଟ୍ୱିଟର ଉପରେ ବର୍ଷିଛନ୍ତି । ରାହୁଲ କହିଛନ୍ତି ଟ୍ୱିଟର କେନ୍ଦ୍ର ସରକାର ପାଇଁ କାମ କରୁଛନ୍ତି । ଏକ ମାଇକ୍ରୋ ବ୍ଲଗିଂ ସାଇଟ୍ ହିସାବରେ ନିରପେକ୍ଷ ଭାବେ କାମ କରିବା ଉଚିତ୍ । ମାତ୍ର ଟ୍ୱିଟର ସେପରି କରି ନାହିଁ । ମୋର ଟ୍ୱିଟରରେ ୨୦ ମିଲିଅନ୍ ଫଲୋଅର ଅଛନ୍ତି । ଯେଉଁମାନଙ୍କ ପାଇଁ ମୁଁ ଟ୍ୱିଟର ଜରିଆରେ ମୋ ପକ୍ଷ ରଖିଥାଏ ମାତ୍ର ତାକୁ ଜାଣିଶୁଣି ବ୍ଲକ୍ କରିଦିଆଯାଇଛି ।

ଦିଲ୍ଲୀ ୯ ବର୍ଷୀୟ ଦଳିତ ନାବାଳିକାର ଦୁଷ୍କର୍ମ ଓ ହତ୍ୟା ପରେ ତାଙ୍କ ପରିବାର ସହ ଫଟୋ ଉଠାଇ ଟ୍ୱିଟରରେ ସେୟାର କରିଥିଲେ ରାହୁଲ । ଯାହା ଆମ ଦେଶର ଆଇନ ଅନୁସାରେ ଏକ ଦଣ୍ଡନୀୟ ଅପରାଧ । ଫଳରେ ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ୍ କରାଯାଇଛି । ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ କଂଗ୍ରେସ ନେତାଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ବ୍ଲକ କରାଯାଇଛି । ଗୁରୁବାର ଭାରତୀୟ ଜାତୀୟ କଂଗ୍ରେସର ଅଫିସିଆଲ ପେଜ୍କୁ ମଧ୍ୟ କିଛି ଘଂଟା ପାଇଁ ଟ୍ୱିଟର ବ୍ଲକ କରିଦେଇଥିଲା ।