ରହସ୍ୟମୟ ଗାଁ । ଏହି ଗାଁରେ ଜନ୍ମ ହୁଅନ୍ତି ଯାଆଁଳା ଶିଶୁ । ପ୍ରତି ଘରେ ମିଳିବେ ଯାଆଁଳା ଭାଇ ଭଉଣୀ । ଦେଖନ୍ତୁ ଭାରତର କେଉଁଠି ଏହି ଗାଁ ।

1,878

କନକ ବ୍ୟୁରୋ: ଭାରତରେ ଅନେକ ସ୍ଥାନ ରହିଛି ଯାହା ରହସ୍ୟରେ ଭରି ରହିଛି । ଏଭଳି କିଛି ସ୍ଥାନ ଉପରୁ ଅନେକ ସମୟରେ ପରଦା ଉଠିଯାଇଛି । ହେଲେ ଆଉ କିଛି ସ୍ଥାନ ରହିଛି ଯାହା ଏବେ ବି ରହସ୍ୟ ଘେରରେ ରହିଛି । ତେବେ ଆଜି ଆମେ ଏମିତି ଏକ ରହସ୍ୟମୟ ଗାଁ କଥା କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗାଁରେ ପ୍ରତି ପରିବାରରେ ଜନ୍ମ ହୁଅନ୍ତି ଯାଁଳା ଛୁଆ । ଆଜି ଯାଏଁ ଏହାର ରହସ୍ୟ ବିଷୟରେ କାହାରିକୁ ଜଣାପଡିନି । ତେବେ ଆସନ୍ତୁ ଜାଣିବା ଏହି ଗାଁ ବିଷୟରେ ।

କେରଳ ମାଲ୍ଲପୁରମ ଜିଲ୍ଲାର କୋଦିହ୍ନି ଗାଁ । ଦେଶର ସବୁ ଗାଁ ଭଳି ଏହି ଗାଁ ବି ଅତି ସାଧାରଣ । ହେଲେ ଛୁଆ ଜନ୍ମ ହେବାକୁ ନେଇ ଗାଁ ସମସ୍ତଙ୍କୁ ଚକିତ କରିଦେଇଛି । ଏହି ଗାଁରେ ପ୍ରାୟ ୨ ହଜାର ପରିବାର ରୁହନ୍ତି । ଆଉ ସବୁଠାରୁ ଖାସ କଥା ହେଉଛି ଏହି ଗାଁର ଅନେକ ଛୁଆ ଯାଁଳା ହୋଇ ଜନ୍ମ ହୁଅନ୍ତି । ସୂଚନା ଅନୁସାରେ ଏହି ଗାଁରେ ୨୨୦ ଯୋଡା ଯାଁଳା ଛୁଆ ଅଛନ୍ତି । କେବଳ ଭାରତ ନୁହେଁ ଏହା ବିଶ୍ୱର ଏକ ବିରଳ ଗାଁ ଭାବେ ପରିଚିତ ।

ଅନେକ ବର୍ଷରୁ ଏହି ଗାଁରେ ଯାଁଳା ଛୁଆ ଜନ୍ନ ହୋଇ ଆସୁଛନ୍ତି । ଏହି ଗାଁର ସ୍କୁଲ ଓ ବଜାରକୁ ଗଲେ ଅନେକ ଯାଁଳା ଛୁଆ ନଜର ଆସିବେ ଯାହାଙ୍କର ମୁହଁ ଦେଖିବାକୁ ପୂରା ସମାନ । ଏହି ଗାଁରେ ରହିଥିବା ସବୁଠାରୁ ବୟସ୍କ ଯାଁଳା ବ୍ୟକ୍ତି ହେଉଛନ୍ତି ଅବଦୁଲ ହମିଦ ଓ ତାଙ୍କ ଭଉଣୀ । ଏହି ଦୁଇ ଜଣଙ୍କ ପରେ ହିଁ ଏଠାରେ ଯାଁଳା ଛୁଆ ଜନ୍ମ ହେବା ଆରମ୍ଭ ହୋଇଥିଲେ ।

ବର୍ତ୍ତମାନ ସମୟକୁ ଦେଖିବାକୁ ଗଲେ ଏହି ଗାଁରେ ଯାଁଳା ଛୁଆଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ଏହି ଗାଁରେ ଯାଁଳା ଛୁଆ ଜନ୍ମ ହେବା ସେଠିକାର ଲୋକଙ୍କ ପାଇଁ ଏକ ସାଧାରଣ ଘଟଣା । ଏହି ଗାଁ ବିଷୟରେ ଜାଣିବା ପରେ ସମସ୍ତଙ୍କ ମନରେ ନିଶ୍ଚୟେ ପ୍ରଶ୍ନ ଆସୁଥିବ ଏହି ଗାଁରେ କଣ ଏମିତି ରହସ୍ୟ ରହିଛି, ୩ ପୀଢି ଯାଏଁ ଏଠାରେ ପ୍ରତି ଘରେ କାହିଁକି ଯାଁଳା ଛୁଆ ଜନ୍ମ ହୁଅନ୍ତି ।

ବିଶ୍ୱର ଅନେକ ବୈଜ୍ଞାନିକ ଏହି ରହସ୍ୟ ଉନ୍ମୋଚନ ପାଇଁ ଚେଷ୍ଟା ଚଲାଇଛନ୍ତି । ହେଲେ ଏଯାଏଁ ଏହି ରହସ୍ୟ ଉପରୁ ପରଦା ଉଠି ପାରୁନାହିଁ । ଏହା ପଛରେ କିଛି ବୈଜ୍ଞାନିକ କାରଣ ରହିଛି ନା ଏହା ଏକ ଅଲୌକିକ ଘଟଣା । ତା ଉପରୁ ପରଦା ଉଠାଇବାରେ ବିଫଳ ହୋଇଛନ୍ତି ବୈଜ୍ଞାନିକ ମାନେ ।