ଆସିଥିଲେ ଏକାଠି, ଚାଲିଗଲେ ଏକାଠି: ପୋଖରୀରରେ ବୁଡି ଯାଁଆଳା ଭାଇଙ୍କ ମୃତ୍ୟୁ

87

କନକ ବ୍ୟୁରୋ: କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ଦୁଇ ଯାଁଆଳା ଭାଇଙ୍କର ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ମୃତକ ଦୁଇ ଭାଇ ହେଉଛନ୍ତି ମହାଲିଙ୍ଗ ଗାଁର ରୋହିତ ସାହୁଙ୍କର ପୁଅ । ସେମାନଙ୍କର ବୟସ ୬ ବର୍ଷ । ଗାଧୋଉ ଥିବା ବେଳେ ଅସାବଧାନତା ହେତୁ ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରାଯାଉଛି ।

ପୋଖରୀରୁ ଦୁଇ ଯାଆଁଳା ଭାଇଙ୍କୁ ଉଦ୍ଧାର କରି ପରିବାର ଲୋକେ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଦୁହିଁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କଟିଥିଲେ। ଦୁହିଁ ଯାଆଁଳା ଭାଇ ହେଉଛନ୍ତି ପୀୟୂଷ ସାହୁ ଓ ୟସ ସାହୁ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।