ସାଧାରଣତନ୍ତ୍ର ଦିବସ ଅବସରରେ ଓଡିଶାର ୨୨ ଜଣ ପାଇବେ ପୋଲିସ ମେଡାଲ । ପଢନ୍ତୁ, ଲିଷ୍ଟରେ ସାମିଲ ଅଛନ୍ତି କିଏ କିଏ?

236

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସରେ ଓଡିଶାର ୨୨ ଜଣ ପୋଲିସ କର୍ମଚାରୀ ପାଇବେ ପୋଲିସ ମେଡାଲ । ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ତିନୋଟି ବର୍ଗରେ ୯୩୯ ଜଣଙ୍କୁ ପୁଲିସ ପଦକ ଲାଗି ମନୋନୀତ କରାଯାଇଛି। ଯାହା ମଧ୍ୟରେ ଓଡ଼ିଶାର ୨୨ ଜଣ ପୋଲିସ  ଅଧିକାରୀଙ୍କ ନାମ ରହିଛି ।  ତେବେ ପ୍ରତିଷ୍ଠିତ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ , ୯ ଜଣଙ୍କୁ ସାହାସିକତା ମେଡାଲ ଏବଂ ୧୧ ଜଣ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ପଦକ ପ୍ରଦାନ କରାଯିବ।

ଭୁବନେଶ୍ବରର ଅତିରିକ୍ତ ଡିସିପି ପ୍ରାଣକୂଷ୍ନ ରାଉତ ଏବଂ କନେଷ୍ଟବଲ ପ୍ରଦୀପ କୁମାର ମହାନ୍ତିଙ୍କୁ ସେମାନଙ୍କର ପ୍ରତିଷ୍ଠିତ ସେବା ପାଇଁ ରାଷ୍ଟ୍ରପତି ମେଡାଲରେ ସମ୍ମାନିତ କରାଯିବ। ସେହିପରି ଓଏପିଏଫର ସ୍ବର୍ଗତ ଜୟରାମ କାବାସୀ, ଏସପି ରିଷିକେଶ ଧ୍ୟାନଦେଓ ଖିଲାରୀ, ଓଏପିଏଫର ରାମୁ ଦୁରୁଆ, କନେଷ୍ଟବଲ ବନ୍ଧୁ ହନ୍ତାଲ, କନେଷ୍ଟବଲ ଘିନୁ ହାନ୍ତାଲ,ହାବିଲଦାର ପ୍ରବୀଣ ଥାପା,ହାବିଲଦାର ରାଜେଶ ବିଶ୍ବକର୍ମା,କନେଷ୍ଟବଲ ବିଜୟ ସାହୀ ଏବଂ କନେଷ୍ଟବଲ ଔଷଧିନାଥ ବେହେରାଙ୍କୁ ‌ପୁଲିସ ପଦକ ପ୍ରଦାନ କରାଯିବ।

ଏମାନଙ୍କ ସହିତ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଆଇଜି ସଂଜୟ କୁମାର କୌଶଳ, ଡିଏସପି (ଡିଆଇବି) କମଲ ଲୋଚନ ଭୂୟାଁ, ଭିଜିଲାନ୍ସ ଡିଏସପି ସୁଜାତା ଖାଣ୍ଡୱାଲ,  ସ୍ପେସାଲ ବ୍ରାଞ୍ଚ ଡିଏସପି ରଘୁନାଥ ପ୍ରସାଦ ନାୟକ,ଭୁବନେଶ୍ବର ଏସିପି ଅରୁଣ କୁମାର ସ୍ବାଇଁ,ଡ୍ରାଇଭର ହାବିଲଦାର ସେଖ୍ ଅତାଉଲ୍ଲା, ଏଏସଆଇ କୃତିବାସ ପଣ୍ଡା,ଏସଆଇ ମଧୂସୁଦନ ବେହେରା,ଡେପୁଟି କମାଣ୍ଡାଣ୍ଟ ଏସଓଜି ପୱଲ ଦୟ‌ାଲ ବା, ଡିଏସପି ଅଜୟ କୁମାର ମିଶ୍ର ଏବଂ କନେଷ୍ଟବଲ ମୌଲି ମୋହନଙ୍କୁ ଉଲ୍ଲେଖନୀୟ ସେବା ପାଇଁ  ମେଡାଲ ପ୍ରଦାନ କରାଯିବ।