ଆମେରିକାକୁ ରୁଷର ପାଲଟା ଜବାବ: ଜୋ ବାଇଡେନଙ୍କ ସମେତ ୨୫ଜଣଙ୍କ ରୁଷ ପ୍ରବେଶ ଉପରେ ଲାଗିଲା କଟକଣା

190

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଏବଂ ଝିଅ ସମେତ ୨୫ଜଣ ଆମେରିକୀୟ ନାଗରିକଙ୍କ ଉପରେ କଟକଣା ଲଗାଇଲା ରୁଷ । କଟକଣା ଲାଗିବା ପରେ ଏମାନେ ଏଣିକି ରୁଷରେ ପ୍ରବେଶ କରିପାରିବେନି । ରୁଷ ବୈଦେଶିକମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରୁଷ କହିଛି ନିୟମିତ ଭାବେ ଆମେରିକା ପକ୍ଷରୁ ରୁଷର ଅନେକ ରାଜନେତା, ବିଶିଷ୍ଠ ବ୍ୟକ୍ତିଙ୍କ ବିରୋଧରେ କଟକଣା ଲଗାଯାଉଛି । ଏହି କାରଣରୁ ରୁଷ ମଧ୍ୟ ଏହି ପଦକ୍ଷେପ ଗ୍ରହଣ କରିଛି । ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦୀମିର ପୁଟିିନଙ୍କ ଉପରେ ଆମେରିକା ପ୍ରବେଶ ଉପରେ ସମାନ କଟକଣା ଲଗାଇସାରିଛନ୍ତି ବାଇଡେନ ।

କଟକଣା ତାଲିକାରେ ଆମେରିକା ସିନେଟର, ବିଶ୍ୱବିଦ୍ୟାଳୟରେ କିଛି ପ୍ରଫେସରଙ୍କ ସହ ଗବେଷକ ଓ ସରକାରୀ କର୍ମଚାରୀଙ୍କ ନାଁ ରହିଛି । ଫେବୃଆରୀ ୧୪ରୁ ୟୁକ୍ରେନ ଉପରେ ଆକ୍ରମଣ କରୁଛି ରୁଷ । ରୁଷର ଏହି ଯୁଦ୍ଧଖୋର ଆଭିମୁଖ୍ୟ ଯୋଗୁଁ ଆମେରିକା ମସ୍କୋ ଉପରେ ଏକାଧିକ କଟକଣା ଲଗାଇଛି । ସେହିପରି ରୁଷ ରାଷ୍ଟ୍ରପତି ଓ ଅନେକ ବ୍ୟବସାୟଙ୍କ ଉପରେ ଆମେରିକା ସରକାର ବ୍ୟାନ ଲଗାଇଛନ୍ତି । ଏହି ନେଇ ଦୁଇ ଦେଶ ମଧ୍ୟରେ ବାକଯୁଦ୍ଧ ଚାଲିଥିବାବେଳେ ସେପଟେ ରୁଷ ୟୁକ୍ରେନକୁ ଧ୍ୱଂସବିଧ୍ୱଂସସ୍ତ କରି ଚାଲିଛି ।