ମୋଦୀଙ୍କ ନାଁରେ ନାମିତ ହେଲା ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ । ଟ୍ୱିଟରରେ ଆରମ୍ଭ ହେଲା ଟ୍ୱିଟ୍ ଯୁଦ୍ଧ ।

258

କନକ ବ୍ୟୁରୋ: ବିଶ୍ୱର ସର୍ବବୃହତ ଷ୍ଟାଡିୟମର ନାଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ତେବେ ପୂର୍ବରୁ ଏହାର ନାମ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ନାମିତ କରାଯାଇଥିଲା । ତେବେ କେନ୍ଦ୍ରସରକାରଙ୍କ ତରଫରୁ କୁହାଯାଇଛି କେବଳ ଏହି ଷ୍ଟାଡିୟମଟିର ନା ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଦିଆଯାଇଛି , ସେଠାରେ ଥିବା ଅନ୍ୟ ସମସ୍ତ ସ୍ପୋର୍ଟସ୍ କମ୍ପେ୍ଲକ୍ସ ସର୍ଦ୍ଦାର ପଟେଲଙ୍କ ନାମରେ ହି ନାମିତ ହେବ  । ଏହି ସର୍ବବୃହତ ଷ୍ଟାଡିୟମଟିକୁ ଉଦଘାଟନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ତେବେ ଉଦଘାଟନ ହେବାର କିଛି ସମୟ ପରେ ସୋସିଆଲ ମିଡିଆରେ ଅନେକ ଟିକ୍କାଟିପ୍ପଣି ଆରମ୍ଭ ହୋଇଯାଇଥିଲା । ଏମିତିକିି ଅନେକ କଂଗ୍ରେସ ନେତା ମତ ଦେଇଥିଲେ ଯେ, ଏହା ସର୍ଦ୍ଦାର ପଟେଲଙ୍କ ଅପମାନ । ଏପରି ଅଭିଯୋଗ ପରେ କେନ୍ଦ୍ରମନ୍ତ୍ରୀ ବୟାନ ଦେଇଥିଲେ ଯେ କେବଳ ଷ୍ଟାଡିୟମଟିର ନା ହି ନରେନ୍ଦ୍ର ମୋଦି ଷ୍ଟାଡିୟମ ଦିଆଯାଇଛି । ଅନ୍ୟ ସମସ୍ତ ସ୍ଥାନ ସର୍ଦ୍ଦାରଙ୍କ ନାମରେ ହି ନାମିତ ହୋଇଛି । ଅନ୍ୟପଟେ ସେହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ ଯେ ଗୁଜୁରାଟରେ  ଲୌହହମାନବ ସର୍ଦ୍ଦାର ପଟେଲଙ୍କ ହୋଇଥିବା ପ୍ରତିମୂର୍ତ୍ତୀକୁ ଆଜିଯାଏ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ପ୍ରଶଂସା କରିନାହାନ୍ତି । ପ୍ରକାଶ ଜାଭେଡକର କହିଥିଲେ ଯେ ଆଜି ପର୍ଯ୍ୟନ୍ତ ଗାନ୍ଧୀ ପରିବାରରୁ କେହି ସେହି ପ୍ରତିମୂର୍ତ୍ତୀକୁ ଦେଖିବା ପାଇଁ ମଧ୍ୟ ଯାଇନାହାନ୍ତି ।

ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ଆରୋପ ଲଗାଇଛନ୍ତି ଯେ ବିଜେପି ତରଫରୁ ଷ୍ଟାଡିୟମଟିର ନାକୁ ପରିବର୍ତନ କରି ଭବିଷ୍ୟତ ପାଇଁ ନିଜ ନାଁ କୁ ନିଜେ ଲିପିବଦ୍ଧ କରୁଛନ୍ତି  । ଜାତୀୟ କଂଗ୍ରେସ ମୁଖପାତ୍ର ରାଜୀବ ସତାବ କହିଛନ୍ତି ଯେ ଏହା ହେଉଛି ଏକଛତ୍ରବାଦ ଶାସନର ଉଦାହରଣ । ପ୍ରିୟଙ୍କା ଗାନ୍ଧୀ କିନ୍ତୁ ଷ୍ଟାଡିୟମର ନାମ ପରିବର୍ତନର ନାଁ ନନେଇ ସର୍ଦାରଙ୍କ ଏକ ଉକ୍ତିକୁ ଉଲ୍ଲେଖ କରିଛନ୍ତି ।