ନ୍ୟୁଜ ଆଙ୍କର ଚିତ୍ରା ତ୍ରିପାଠୀଙ୍କୁ ଘେରିଲେ ଚାଷୀ, ଦେଲେ ‘ହାଏ ହାଏ’ର ନାରା

219

କନକ ବ୍ୟୁରୋ: ମୁଜାଫରନଗର ଚାଷୀ ଆନ୍ଦୋଳନରେ ଫସିଗଲେ ନ୍ୟୁଜ ଚ୍ୟାନେଲ ଆଙ୍କର ଚିତ୍ରା ତ୍ରିପାଠୀ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଆଜତକ ଆଙ୍କର ଚିତ୍ରା ତ୍ରିପାଠୀ ଓ ତାଙ୍କ କ୍ୟାମେରାମ୍ୟାନଙ୍କୁ ଚାଷୀମାନେ ଘେରାଉ କରିଛନ୍ତି ।

ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ ଯେତେବେଳେ ଚିତ୍ରା ତ୍ରିପାଠୀ ସେହି ଭିଡ ଭିତରୁ ବାହାରି ଆସୁଛନ୍ତି, ସେତେବେଳେ ଚାଷୀମାନେ ଗୋଦୀ ମିଡିଆ ହାଏ ହାଏର ନାରା ମଧ୍ୟ ଦେଉଛନ୍ତି । ଏହାସହ ଜଣେ ଚାଷୀ ଓ ଚିତ୍ରା ତ୍ରିପାଠୀଙ୍କ ମଧ୍ୟରେ କିଛି ପାଟିତୁଣ୍ଡ ହେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ଏହି ଭିଡିଓ ସୋସିଆଲମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଭାଇରାଲ ହେବାପରେ ଚିତ୍ରା ତ୍ରିପାଠୀ ଟ୍ୱିଟରରେ ଟ୍ରେଣ୍ଡ କରିଥିଲେ ।