ତୁର୍କୀ ଏବେ କରିବାକୁ ଯାଉଛି ବଡ ଡିଲ । ଭାରତ ଗହମକୁ ଖରାପ କହି ଫେରାଇଦେବା ପରେ ଏବେ କାହା ସହ କରୁଛି ଡିଲ୍?

378

କନକ ବ୍ୟୁରୋ: ନିକଟରେ ଭାରତର ଗହମକୁ ଖରାପ, ସଢା ଓ ଭୂତାଣୁ ସ୍ରଂକମିତ କହି ଫେରାଇ ଦେଇଥିବା ତୁର୍କୀ ଏବେ କରିବାକୁ ଯାଉଛି ଏକ ବଡ ଡିଲ । ଏଠାରେ ଖାଦ୍ୟ ସଙ୍କଟ ସୃଷ୍ଟି ହେବା ଆଶଙ୍କା କରି ଏବେ ୟୁକ୍ରେନ ସହ ଗହମ କିଣିବାକୁ ଆରମ୍ଭ କରିଛି ଜୋରସୋର ପ୍ରସ୍ତୁତି । ୟୁକ୍ରେନ ଠାରୁ ୨୫ ପ୍ରତିଶତ ରିହାତିରେ ଗହମ କିଣିବାକୁ ଡିଲ୍ କରିବାକୁ କରୁଛି ଚେଷ୍ଟା ।

ହେଲେ ଏହା ମଧ୍ୟରେ ବଡ ସମସ୍ୟା ସୃଷ୍ଟି ହୋଇଛି । କାରଣ ୟୁକ୍ରେନର ସବୁ ବନ୍ଦରକୁ ଋଷ ନୌସେନା ଦଖଲ କରିବା ପରେ ଘେରାବନ୍ଦୀ କରିନେଇଛନ୍ତି । ଫଳରେ ଏଠାରେ ଖାଦ୍ୟଶସ୍ୟ ପଡିରହିଛି । କିନ୍ତୁ ସେଠାରୁ ଗହମ ଆମଦାନୀ କରିବାକୁ ଋଷ ସେନାକୁ ବୁଝିବାକୁ ଚେଷ୍ଟା କରୁଛି ତୁର୍କୀ ବୈଦେଶିକ ମନ୍ତ୍ରଣାଳୟ । ଏନେଇ କିଛି ସୁବିଧା ହେବ ନାହିଁ ବୋଲି ତୁର୍କୀ ୟୁକ୍ରେନକୁ କହିବା ପରେ ବି ୟୁକ୍ରେନ ଏହାକୁ ବିଶ୍ୱାସ କରିବାକୁ ନାରାଜ ଚାରଣ ଏହା ପର୍ବରୁ ବି ୟୁକ୍ରେନ ଉପରେ ଆକ୍ରମଣ ନକରିବାକୁ କହି ଆକ୍ରମଣ କରିଥିବା ଋଷର କଥାକୁ ଆଦୌ ବିଶ୍ୱାସ କରିହେବ ନାହିଁ ବୋଲି ୟୁକ୍ରେନ ବିଦେଶ ମନ୍ତ୍ରୀ ଦିମିତ୍ରୀ କୁଲେବା ଟ୍ୱିଟ୍ କରି ଜଣାଇଛନ୍ତି ।

ଏପରି ସ୍ଥିତିରେ ହରଡଘଣାରେ ପଡିଛି ତୁର୍କୀ । କାରଣ ଗହମ ପାଇଁ ଟ୍ୟୁନିସିଆ, ଆଲଜେରିଆ, ତୁର୍କୀ ପରି ମଧ୍ୟପୂର୍ବ ରାଷ୍ଟ୍ର ଗୁଡିକ ମୁଖ୍ୟତଃ ୟୁୁକ୍ରେନ ଉପରେ ନିର୍ଭର କରିଥାନ୍ତି । ହେଲେ ଏବେ ଯୁଦ୍ଧ ଯୋଗୁଁ ଏଠାରୁ ଗହମ ଆମଦାନୀ କରିବା ଏସବୁ ଦେଶ ପାଇଁ ସମ୍ଭବ ହୋଇପାରୁନାହିଁ । ତେଣୁ ୟୁକ୍ରେନ ସହ ହୋଇଥିବା ତୁର୍କୀର ଏହି ଡିଲ ସଫଳ ହେଉଛି କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ।