ରିଲିଜ୍ ହୋଇଛି ଅପକମିଙ୍ଗ୍ ରୋମାଟିଂକ୍ ଫିଲ୍ମ ‘ତୁମ୍ ବିନ୍ – ୨’ର ଟାଇଟେଲ୍ ଟ୍ରାକର ଟିଜର୍ । ଗୀତର ମୁଖଡା ରହିଛି ‘କୋଇ ଫରିୟାଦ୍ ଦିଲ୍ ମେ ଦବି ହୋ ଜୈସେ’ । ତେବେ ରିଲିଜ୍ ହେବାର କିଛି ସମୟ ମଧ୍ୟରେ ହିଁ ଗୀତଟି ସୋସିଆଲ୍ ମିଡିଆରେ ଧୁମ୍ ମଚାଇବା ସହ ୟୁ ଟ୍ୟୁବରେ ଏହାର ଦର୍ଶକ ସଂଖ୍ୟା ପ୍ରାୟ ୧୩ଲକ୍ଷରେ ପହଂଚି ସାରିଲାଣି । ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ନେହା ଶର୍ମା, ଅଦିତ୍ୟ ସିଲ୍ ଓ ଅଶିମ୍ ଗୁଲାଟି ।
‘ତୁମ୍ ବିନ୍ – ୨’ ହେଉଛି ୨୦୦୧ ର ମ୍ୟୁଜିକାଲ୍ ହିଟ୍ ଫିଲ୍ମ ‘ତୁମ୍ ବିନ’ର ସିକ୍ୱେଲ୍ । ତେବେ ପୂର୍ବ ଥର ପରି ଏଥର ମଧ୍ୟ ଫିଲ୍ମର ମୁଖ୍ୟ ଆକର୍ଷଣ ରହିଛି ଗୀତ । ଆଉ ଗୀତ ଗୁଡିକୁ ନିଜ ସଙ୍ଗୀତରେ ଯାଦୁରେ ସଜାଇଛନ୍ତି ଅଙ୍କିତ୍ ତିୱାରୀ । ଭୂଷଶ କୁମାରଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫଲ୍ମରେ ନିର୍ଦେଶନା ଭାର ତୁଲାଇଛନ୍ତି ଅନୁଭବ ସିହ୍ନା । ନଭେମ୍ବର ୧୮ ରେ ରୂପେଲି ପରଦାକୁ ଆସିବ ରୋମାଟିଂକ୍ ଫିଲ୍ମ ‘ତୁମ୍ ବିନ୍ – ୨’ ।
‘ତୁମ୍ ବିନ୍ – ୨’ର ରୋମାଟିଂକ୍ ଟ୍ରାକକୁ ଦେଖନ୍ତୁ ଏହି ଭିଡିଓରେ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/maxresdefault-4.jpg)