ଓଡି଼ଶା ହେବ ‘ସୁନାମି ରେଡ୍ଡି ଭିଲେଜ’…ରାଜ୍ୟର ୩୨୮ ଗାଁ ହେବ ସୁନାମି ରେଡ୍ଡି ଭିଲେଜ । ଅକ୍ଟୋବର ସୁଦ୍ଧା ସରିବ କାମ, ସାର୍ଟିଫିକେଟ୍ ଦେବ ୟୁନେସ୍କୋ

ବାତ୍ୟା ଆଶ୍ରୟସ୍ଥଳି ଗୁଡିକର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଂଠିକୁ ୪୫ କୋଟି ଟଙ୍କା ମଂଜୁର

1,228

କନକ ବ୍ୟୁରୋ: ରାଜ୍ୟର ୩୨୮ ଗାଁ ହେବ ସୁନାମି ରେଡ୍ଡି ଭିଲେଜ । ଅକ୍ଟୋବର ସୁଦ୍ଧା ଏହି କାମ ସରିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ସୁନାମି ରେଡ୍ଡି ଭିଲେଜ ନେଇ ୟୁନେସ୍କୋ ସାର୍ଟିଫିକେଟ ଦେବ । ସୁନାମି ସମୟରେ ଲୋକମାନେ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ଏବଂ ଜୀବନ ବଂଚାଇ ପାରିବେ ତାହାହିଁ ସୁନାମି ରେଡ୍ଡି ଭିଲେଜର ଲକ୍ଷ୍ୟ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଗଭର୍ଣିଂ ବଡି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସୁନାମି ରେଡ୍ଡି ଭିଲେଜର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା । ଏଥିସହ ରାଜ୍ୟରେ ଥିବା ବାତ୍ୟା ଆଶ୍ରୟସ୍ଥଳି ଗୁଡିକର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୪୫ କୋଟି ଟଙ୍କା ମଂଜୁର କରାଯାଇଥିବା କହିଛନ୍ତି ପ୍ରଦୀପ ଜେନା ।