ଚୀନ୍ ପରେ ଜାପାନରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତ୍ରୀବତା ୬.୮ ରହିଛି । ଆଉ ଏଭଳି ଭୂମିକମ୍ପ ପରେ ଜାପାନ ଆଡକୁ ବଡ ବିପଦ ମାଡି ଆସିବାର ଆଶଙ୍କା ଦେଖାଦେଇଛି । ଭୂମିକମ୍ପ ପରେ ବଡ ଧରଣର ସୁନାମୀ ଆସିପାରେ ବୋଲି ଜାପାନ ସରକାର ସର୍ତକ କରିଛନ୍ତି । ଏପରିକି ସମୁଦ୍ରରେ ୪ ଫୁଟ୍ ଉଚ୍ଚ ଯାଏଁ ଜୁଆର ଉଠିପାରେ ବୋଲି ସରକାର କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ରିପୋର୍ଟ ଅନୁଯାୟୀ,ଭୂମିକମ୍ପର କେନ୍ଦ୍ରସ୍ଥଳ ମାଟିର ୧୦ କିଲୋମିଟର ତଳେ ରହଛି । ସକାତା ସହରରରୁ ୫୦ କିଲୋମିଟର ଦୂର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଏହାର କେନ୍ଦ୍ରସ୍ଥଳ ଥିବା ଜଣାପଡିଛି । ଆଉ ଏହାପରେ ୟମାଗାଟା, ନିଗାଟା, ଇଶିକାବା ଅଞ୍ଚଳରେ ୧ ମିଟର ଯାଏଁ ସୁନାମୀ ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି ସରକାର । ଆଉ ଏଥିପାଇଁ ଦୁଇଟି ବୁଲେଟ ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଛି ।
ଏହାପୂର୍ବରୁ ଚୀନର ସିଚୁଆନ ପ୍ରାନ୍ତରେ ହୋଇଥିବା ଭୂମିକମ୍ପରେ ୧୩ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୧୯୯ ଲୋକ ଆହତ ହୋଇଛନ୍ତି । ଏପରିକି ଅନେକ ଲୋକ ଏଯାଏଁ ଭଙ୍ଗା କୋଠା ତଳେ ରହିଥିବା ଜଣାପଡିଛି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।