ସାଇକେଲ ଚଳାଇବା ଅଭ୍ୟାସରେ ପରିଣତ କରିବାକୁ ପ୍ରୟାସ : ୯ରେ ବିଏମସି ପକ୍ଷରୁ ହେବ ସାଇକେଲ ରାଲି

69

କନକ ବ୍ୟୁରୋ : ଭୁବନେଶ୍ୱରରେ ସାଇକେଲ ଚଲାଇବା ଏକ ଅଭ୍ୟାସରେ ପରିଣତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ମହାନଗର ନିଗମ । ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଆସନ୍ତା ୯ ତାରିଖରେ ଏକ ସାଇକେଲ ରାଲି କରାଯିବ । ଏହା ଶିଶୁଭବନ ଛକରୁ ଆରମ୍ଭ ହୋଇ ଧଉଳିରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଆଗାମୀ ଦିନରେ ପୁଣି ଥରେ ମୋ ସାଇକେଲକୁ ସକ୍ରିୟ କରିବାକୁ ଉଦ୍ୟମ କରାଯିବ ଏବଂ ଲୋକଙ୍କ ମଧ୍ୟରେ ସଚେତନତା ମଧ୍ୟ ସୃଷ୍ଟି କରାଯିବ ବୋଲି କହିଛନ୍ତି ବିଏମସି କମିଶନର । ସ୍ଥାନୀୟ ଅଂଚଳରେ ଲୋକ ଚଳାଚଳ କରିବା ପାଇଁ ସୁବିଧାରେ ସାଇକେଲ ବ୍ୟବହାର କରିବା ପାଇଁ ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି ।

Comments are closed.