ଆମେରିକାକୁ ସ୍ୱପ୍ନ ଦେଖାଇଲେ ଟ୍ରମ୍ପ । ଅନେକ ଚ୍ୟାଲେଂଜ ଭିତରେ ପୁରିଛି ବର୍ଷେ । ଶକ୍ତିଶାଳୀ ରାଷ୍ଟ୍ର ପାଇଁ ଆଗାମୀ ପଦକ୍ଷେପ କ’ଣ ? ସାରା ବିଶ୍ୱର ନଜର

20

ବର୍ଷ ପୂର୍ତି ଅବସରରେ ଆମେରିକା କଂଗ୍ରେସରେ ଷ୍ଟେଟ ଅଫ ଦ ୟୁନିୟନକୁ ପ୍ରଥମ ଥର ପାଇଁ ସମ୍ବେଧାନ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁଇ ସଦନର ସଂଯୁକ୍ତ ବୈଠକକୁ ସମ୍ବେଧାନ କରି କହିଛନ୍ତି ଦାୟିତ୍ୱ ନେବା ଦିନଠାରୁ ଆମେରିକାକୁ ଶକ୍ତିଶାଳୀ କରିବା ପାଇଁ ସେ ପଦକ୍ଷେପ ନେଉଛନ୍ତି । ଆମେରିକା ନାଗରିକଙ୍କ ପାଇଁ ବିଶ୍ୱର ସବୁଠୁ ଅଧିକ ସୁରକ୍ଷିତ ରାଷ୍ଟ୍ର । ଆମେରିକା ନାଗରିକଙ୍କୁ ସୁରକ୍ଷା ଯୋଗାଇ ଦେବା ତାଙ୍କର ପ୍ରଥମ କର୍ତବ୍ୟ ।

ତେବେ ସୁରକ୍ଷା ଦୃଷ୍ଟିରୁ ଶରଣାର୍ଥି ମାମଲାରେ କଡା ନିୟମ ଆଣିବା ଆବଶ୍ୟକ ବୋଲି ମତ ରଖିଛନ୍ତି । ଶରଣାର୍ଥିଙ୍କ ଦ୍ୱାରା ଦେଶରେ ନିଶା କାରବାର ଓ ହିଂସା ସୃଷ୍ଟି ହେଉଥିବା ସେ ଅଭିଯୋଗ କରିଛନ୍ତି । ସେହିଭଳି ତାଙ୍କ ଶାସନର କାଳରେ ଗତ ୪୫ ବର୍ଷ ତୁଳନାରେ ବେରୋଜଗାରୀଙ୍କ ସଂଖ୍ୟା କମିଛି ବୋଲି ଦାବି କରିଛନ୍ତି । ଟିକସ ଆଦାୟ କ୍ଷେତ୍ରରେ  ଭାବେ ସେ ସଂସ୍କାର ମୂଳକ ପଦକ୍ଷେପ ନେଇଛନ୍ତି ବୋଲି ମଧ୍ୟ କହିଛନ୍ତି । ଟିକସ କାଟ ଯାଗୁ ଛୋଟ ବ୍ୟବସାୟଙ୍କୁ ବହୁତ ଲାଭ ମିଳିଛି ।ଏହା ସହିତ ଏକଜୁଟ୍ ହୋଇ ମଜଭୁତ୍ ଆମେରିକା ଗଢ଼ିବାକୁ ଆହ୍ୱାନ ଦେଇଛନ୍ତି ଟ୍ରମ୍ପ ।

ସେପଟେ ମାସକ ମଧ୍ୟରେ ଆମେରିକା ଉପରେ ପରମାଣୁ ଆକ୍ରମଣ କରିପାରେ ନର୍ଥ କୋରିଆ । ବାଲିଷ୍ଟିକ ମିସାଇଲ ଜରିଆରେ ଆକ୍ରମଣ ହେବାର ସମ୍ଭାବନା ଜାହିର କଲେ ପ୍ରମୁଖ ଗୁଇନ୍ଦା ଏଜେନ୍ସି ସିଆଇଏ ନିର୍ଦ୍ଦେଶକ ମାଇକ ପମ୍ପିଓ । ୨୦୧୭ରେ ନର୍ଥକୋରିଆ ୨୦ ରୁ ଅଧିକ ମିସାଇଲ ପରୀକ୍ଷଣ କରିଥିବାରୁ ଏହି ଆଶଙ୍କା ଜାହିର କରାଯାଇଛି । ଏନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଗୋପନ ସୂଚନା ଦିଆଯାଇଥିବା ବେଳେ ନର୍ଥକୋରିଆ ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି ସିଆଇଏ ।

କିମ ଜଙ୍ଗ ଉନଙ୍କ ଉପରେ ଅତ୍ୟଧିକ ଚାପ ପ୍ରୟୋଗ କଲେ ତାହା ଜାପାନ ଓ ସାଉଥକୋରିଆ ଉପରେ ପ୍ରଭାବ ପକାଇବ ବୋଲି ମାଇକ ପମ୍ପିଓ କହିଛନ୍ତି । ପୂର୍ବରୁ ଲଗାତାର ପରମାଣୁ କାର୍ଯ୍ୟକ୍ରମ ଯୋଗୁ ଟ୍ରମ୍ପ ନର୍ଥ କୋରିଆ ଉପରେ କ୍ଷୁବଧ ହୋଇ ଧମକ ଦେଇଥିଲେ । ଏହାର ଜବାବରେ କିମ ଜଙ୍ଗ ଆମେରିକା ଉପରେ ପରମାଣୁଯୁକ୍ତ ମିସାଇଲଆକ୍ରମଣର ଚେତାବନୀ ଦେଇଥିଲେ ।