ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭବ୍ୟ ହୋଟେଲ ମାଟିରେ ମିଶିଲା । ଅସୁରକ୍ଷିତ ଥିବାରୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ସହରର ମେୟର ।

210

କନକ ବ୍ୟୁରୋ: ମାଟିରେ ମିଶିଲା ଟ୍ରମ୍ଫ ପ୍ଲାଜା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ଫଙ୍କ ଏକ ଭବ୍ୟ ହୋଟେଲକୁ ପ୍ରାୟ ୩ହଜାର ଡ଼ିନାମାଇଟ୍ ଲଗାଇ ଭଙ୍ଗାଯାଇଛି । ଆମେରିକାର ଆଂଟଲାଂଟିକ ସହରରେ ଥିବା ଟ୍ରମ୍ଫ ପ୍ଲାଜା ହୋଟେଲ କସିନୋ ବେଶ ଜଣାଶୁଣା ଥିଲା ।

ଟ୍ରମ୍ଫ ପ୍ଲାଜା ୧୯୮୪ ମସିହାରେ ନିର୍ମାଣ କରାଯାଇଥିଲା ଏବଂ ୨୦୧୪ରେ ଏହାକୁ ବନ୍ଦ କରିଦିଆଯାଇଥିଲା । ଘୂର୍ଣ୍ଣିବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ଟ୍ରମ୍ଫ ପ୍ଲାଜା ଅଟାଳିକା ଅସୁରକ୍ଷିତ ହୋଇପଡ଼ିଥିଲା । ତେଣୁ ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସହରର ମେୟର । ୩୪ ମହଲା ବିଶିଷ୍ଟ ଏହି ଅଟ୍ଟାଳିକା ମାତ୍ର ୨୦ ସେକେଣ୍ଡ ମଧ୍ୟରେ ଭାଙ୍ଗି ମାଟିରେ ମିଶିଯାଇଥିଲା । ଆଉ ସେହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ବିଲ୍ଡିଂ ଭାଙ୍ଗିବା ପରେ ୮ମହଲା ବିଶିଷ୍ଟ ଉଚ୍ଚତାରେ ଏହାର ଭଗ୍ନାଂଶ ଗଦା ହୋଇ ରହିଛି । ଆଉ ଏହାକୁ ସଫା କରିବା ପାଇଁ ଜୁନ୍ ମାସ ଯାଏଁ ସମୟ ଲାଗିବ ।