ପୁଲୱାମା ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ ! ପାକିସ୍ତାନକୁ କଲେ ସମାଲୋଚନା, କହିଲେ, ଆମେରିକା ସହାୟତାର ଭୁଲ ବ୍ୟବହାର କରିଛି ପାକ୍ ।

279

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ବୟାନ । ପାକିସ୍ତାନକୁ ସମାଲୋଚନା କରିବା ସହ ପାକ୍ ଓ ଭାରତ ସଂପର୍କର ବର୍ତମାନ ସ୍ଥିତି ନେଇ ଉଦବେଗ ମଧ୍ୟ ପ୍ରକାଶ କରିଛନ୍ତି ଟ୍ରମ୍ପ । ପୁଲୱାମା ହମଲାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆମେରିକା ସହାୟତାର ପାକିସ୍ତାନ ଅନୁଚିତ ଫାଇଦା ଉଠାଇଥିବା ମଧ୍ୟ ଟ୍ରମ୍ପ ଅଭିଯୋଗ କରିଛନ୍ତିି ।

ଭାରତ-ପାକ ସଂପର୍କ ନେଇ ମୁହଁ ଖୋଳିଲେ ଟ୍ରମ୍ପ । ପାକିସ୍ତାନକୁ ଟ୍ରମ୍ପଙ୍କ କଡା ସମାଲୋଚନା । ପୁଲୱାମାରେ ସିଆରପିଏଫ ଯବାନଙ୍କ ବସକୁ ଆକ୍ରମଣ ଘଟଣା ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି । ଏହି ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ବେଶ ସମ୍ବେଦନଶୀଳ ହୋଇ ପଡିଛି । ପାକିସ୍ତାନକୁ ଆମେରିକା ବାର୍ଷିକ ୧.୩ ବିଲିଅନ ଡଲାରର ସହାୟତା ଦେବା ବନ୍ଦ କରି ଦେଇଛି । କାରଣ ସେ ଆମେରିକୀୟ ସହୟତାର ଭୁଲ ବ୍ୟବହାର କରିଛି ବୋଲି କହିଛନ୍ତି ।

ସେ କହିଛନ୍ତି, ପାକିସ୍ତାନକୁ ଆମେ ଦେଉଥିବା ୧.୩ ବିଲିଅନ୍ ଡଲାର ସହାୟତା ବନ୍ଦ କରି ଦେଇଛୁ । ପାକିସ୍ତାନ ସହ ଆମେ ଆଗାମୀ ଦିନରେ ବୈଠକ କରିପାରୁ । ପାକ୍ ଆମେରିକାଠାରୁ ଅଧିକ ଫାଇଦା ନେଉଥିଲା । ଗତି କିଛି ସମୟ ମଧ୍ୟରେ ଆମ ପାକିସ୍ତାନ ସହ ସମ୍ପର୍କରେ ଉନ୍ନତି ଆସିଛି ।

ବର୍ତମାନ ପାକିସ୍ତାନ ଓ ଭାରତ ମଧ୍ୟରେ ସୃଷ୍ଟି ହୋଇଥିବା ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି ଟ୍ରମ୍ପ । ଦୁଇ ଦେଶର ସମ୍ପର୍କ ବେଶ୍ ଖରାପ ହୋଇଥିବା ସେ କହିଛନ୍ତି । ଅନ୍ୟପଟେ ଏଭଳି ସ୍ଥିତିରେ ଭାରତ ଏକ ଦୃଢ ପଦକ୍ଷେପ ନେବାର ଚିନ୍ତା କରୁଥିବା ଆମେରିକାର ରାଷ୍ଟ୍ରପତି ଅନୁମାନ କରିଛନ୍ତି । ଭାରତ କିଛି ଦୃଢ ପଦକ୍ଷେପ ନେବା ନେଇ ଚିନ୍ତା କରୁଛି । ଭାରତ ଏବେ ଏବେ ନିଜର ୫୦ ଜଣ ଲୋକଙ୍କୁ ହରାଇଛି । ଏନେଇ ଅନେକ ଲୋକ ଆଲୋଚନା କରୁଛନ୍ତି । କିନ୍ତୁ ଏଠାରେ ବେଶ ସମ୍ବେଦନଶୀଳ ସ୍ଥିତି ସୃଷ୍ଟି ହୋଇଛି । ଏବେ କାଶ୍ମୀରରେ ଯାହା ବି ହୋଇଛି, ସେଥିପାଇଁ ବର୍ତ୍ତମାନ ଭାରତ ପାକିସ୍ତାନ ମଧ୍ୟରେ ବହୁତ ବିବାଦ ସୃଷ୍ଟି ହୋଇଛି । ମିଳିତ ଜାତିସଂଘର ନିଷ୍ପତି ନେଇଥିବା ସବୁଠୁ ବଡ ସଂସ୍ଥା ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ ପୁଲୱାମା ଆକ୍ରମଣକୁ କଡା ନିନ୍ଦା କରିଛି । ଏହା ପଛରେ ହାତଥିବା ଆତଙ୍କୀଙ୍କୁ କଠୋର ଦଣ୍ଡ ମିଳିବା ଉଚିତ ବୋଲି ସୁରକ୍ଷା ପରିଷଦ ମତ ଦେଇଛି ।