୩୦ ଫୁଟ୍ ତଳକୁ ଖସିଲା ଟ୍ରକ୍ । ଏଣେତେଣେ ବିଛାଡି ହୋଇପଡିଲା ଗ୍ୟାସ ସିଲିଣ୍ଡର, ଡ୍ରାଇଭର ଗୁରୁତର

238

କନକ ବ୍ୟୁରୋ: ପୋଲ ଉପରୁ ୩୦ ଫୁଟ ତଳକୁ ଖସିପଡିଲା ଟ୍ରକ । ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ପୋଲରୁ ଭାରସାମ୍ୟ ହରାଇ ଖସି ପଡିଛି । ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ନିକଟ ୪୯ ନଂବର ଜାତୀୟ ରାଜପଥର ପୋଲରେ ଘଟିଛି ଏହି ଦୁର୍ଘଟଣା । ପୋଲ ତଲକୁ ଟ୍ରକ ଖସିବା ପରେ ଗ୍ୟାସ ସିଲିଣ୍ଡର ଏଣେ ତେଣେ ବିଛାଡି ହୋଇ ପଡିଥିବା ଦେଖିବାକୁ ମିଳିଛି ।

ଦୁର୍ଘଟଣାରେ ଟ୍ରକର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଆହତ ଡ୍ରାଇଭରକୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତି କରିଛି । ଜାମଶେଦପୁରରୁ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ବାରିପଦାକୁ ଯିବା ବେଳେ ବିଶୋଇ ଥାନା ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା ।