ଦେଶରେ ପ୍ରଥମ ଥର ପାଇଁ ଭୋଟରଙ୍କୁ ଲାଞ୍ଚ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ସାଂସଦ । ଟିଆରଏସ ସାଂସଦ ମାଲୋଥ କବିତାଙ୍କୁ ଦୋଷୀ ସାବ୍ୟସ୍ତ କଲେ ନାମପଲି ସ୍ୱତନ୍ତ୍ର ସେସନ କୋର୍ଟ

243

କନକ ବ୍ୟୁରୋ : ଦେଶରେ ପ୍ରଥମ ଥର ପାଇଁ ଭୋଟରଙ୍କୁ ଲାଂଚ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ସାଂସଦ । ଟିଆରଏସ ସାଂସଦ ମାଲୋଥ କବିତାଙ୍କୁ ଦୋଷୀ ସାବ୍ୟସ୍ତ କଲେ ତେଲେଙ୍ଗାନା ନାମପଲି ସ୍ୱତନ୍ତ୍ର ସେସନ କୋର୍ଟ । ୬ ମାସ ଜେଲ ଦଣ୍ଡାଦେଶ ସହ ହାଇକୋର୍ଟରେ ଆବେଦନ କରିବାକୁ ଅନୁମତି ।

୨୦୧୯ ଲୋକସଭା ନିର୍ବାଚନରେ ଭୋଟରଙ୍କୁ ଲାଂଚ ଦେବା ମାମଲାର ଶୁଣାଣି କରିଥିଲେ । ସାଂସଦ ଓ ବିଧାୟକ ସମ୍ବନ୍ଧୀୟ ମାମଲାର ଶୁଣାଣି କରିଥିବା କୋର୍ଟ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି । ପାର୍ଟ କାର୍ଯ୍ୟକର୍ତା ଶୌକତ ଅଲ୍ଲୀ ପ୍ରଥମ ଅଭିଯୁକ୍ତ ଥିବା ବେଳେ ଟିଆରଏସ ସାଂସଦ ମାଲୋଥ କବିତା ଏହି ମାମଲାର ଦ୍ୱିତୀୟ ଅଭିଯୁକ୍ତ । ଜଜ୍ ଦୁଇ ଅଭିଯୁକ୍ତଙ୍କୁ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି । କବିତାଙ୍କୁ ଏହି ମାମଲାରେ ଜାମିନ୍ ମିଳି ସାରିଥିବା ବେଳେ ସେ ହାଇକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି ।