ଦିଲ୍ଲୀରୁ ଯାଇ ତେଲେଙ୍ଗାନାରେ ପହଁଚିଲାଣି ଅବକାରୀ ଦୁର୍ନୀତି ମାମଲା: ମାମଲାରେ ସାମ୍ନାକୁ ଆସିଲା ଟିଆରଏସ ନେତ୍ରୀ କେ.କବିତାଙ୍କ ନାଁ

421

କନକ ବ୍ୟୁରୋ: ଦିଲ୍ଲୀ ଏକ୍ସସାଇଜ ପଲିସି ସ୍କାମକୁ ନେଇ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କିଛି ଦିନ ହେବ ଆରୋପପ୍ରତ୍ୟାରୋପ ଜୋରଦାର ଚାଲିଛି । ଏହା ଭିତରେ ନୂଆ ନାଁ ଏଟ୍ରିଂ ହୋଇଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ଟିଆରଏସ ବିଧାୟିକା କେ. କବିତାଙ୍କ ନାଁ ଯୋଡି ହୋଇଯାଇଛି । ତଦନ୍ତ ସମୟରେ କବିତାଙ୍କ ନାଁ ଆସିବା ପରେ ଆଗକୁ ଇଡି ତାଙ୍କୁ ଜେରା କରିବା ସମ୍ଭାବନା ରହିଛି । କୋର୍ଟରେ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଇଡି ଦାଖଲ କରିଥିବା ସୂଚନା ରହିଛି । ବୁଧବାର ଇଡି ଗୁରୁଗ୍ରାମରୁ ଅମିତ ଆରୋରା ନାମକ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି । ଅମିତଙ୍କୁ ଜେରା କରିବା ସମୟରେ କବିତାଙ୍କ ନାଁ ସାମ୍ନାକୁ ଅ।।ସିଛି । ଇଡି କହିଛି କି ଦିଲ୍ଲୀ ଅବକାରୀ ନୀତି ଦୁର୍ନିତ ସହ ସାଉଥ ଗ୍ରୁପର କନେକ୍ସନ ରହିଛି । ଆଉ ଏହି ଗ୍ରୁପର ମୁଖ୍ୟ ହେଉଛନ୍ତି କବିତା । ଅନ୍ୟପଟେ ଗିରଫ ବ୍ୟବସାୟୀ ବିଜୟ ନାୟର ମଧ୍ୟ ଆପକୁ ୧୦୦କୋଟି ଟଙ୍କା ଲାଂଚ ଦେଇଥିବା ଇଡି ଦାବି କରିଛି । ସେପଟେ ଇଡିର ଦାବି ଭିତରେ କବିତା ମୁହଁ ଖୋଲିଛନ୍ତି । ସେ କହିଛନ୍ତି କି ଯେଉଁ ରାଜ୍ୟରେ ନିର୍ବାଚନ ହେବ ସେହି ରାଜ୍ୟମାନଙ୍କରେ ମୋଦି ସରକାରଙ୍କ ଇସାରାରେ ଇଡିର ଚଢାଉ ହୁଏ । ଇଡି କାନ୍ଧରେ ବନ୍ଧୁକ ରଖି ମୋଦି ସରକାର ଗୋଟି ଚାଳନା କରନ୍ତି । ବିନା ପ୍ରମାଣ ଓ ତଥ୍ୟରେ ଇଡି କିଭଳି ଏଭଳି ଦାବି କରୁଛି ଓ ମାମଲା ରୁଜୁ କରୁଛି ବୋଲି କବିତା ପ୍ରଶ୍ନ କରିଛନ୍ତି । ଏହା ଏକ ନିଚ ମାନସିକତା ଓ ତଦନ୍ତକାରୀ ସଂସ୍ଥା ବ୍ୟବହାର କରି ନିର୍ବାଚନ ଜିତିବା ଅସମ୍ଭବ ବୋଲି ଟିଆରଏସ ନେତ୍ରୀ କହିଛନ୍ତି