କନକ ବ୍ୟୁରୋ : ପ୍ରଶାନ୍ତ ମହାସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ନଲଗେ ଫିଲପାଇନ୍ସର ଦକ୍ଷିଣପ୍ରାନ୍ତରେ ତାଣ୍ଡବ ରଚିଛି । ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ଲଗାଣବର୍ଷା ପରେ ବିଭିନ୍ନ ସ୍ଥାନରେ ବନ୍ୟା ଏବଂ ଭୁସ୍ଖଳନ ଘଟିଛି । ଏବେ ସୁଦ୍ଧା ୮୦ଜଣଙ୍କ ମୃତ୍ୟୁ ହେବା ସହ ଅନେକ ନିଖୋଜ ଥିବା ସୂଚନା ରହିଛି । ବର୍ଷା ନକମିବା ଯୋଗୁଁ ବିଭିନ୍ନ ସ୍ଥାନରେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଫଶି ରହିଛନ୍ତି । ମନିଲା ସମେତ ବିଭିନ୍ନ ସ୍ଥାନରେ ବନ୍ୟା ପାଣି ପଶିବା ଯୋଗୁଁ ନାହିଁ ନଥିବା ସମସ୍ୟା ଭିତରେ ଲୋକମାନେ ଫଶି ରହିଛନ୍ତି । ଗାଁଠୁ ସହର ସବୁ କିଛି ଜଳାବର୍ଣ୍ଣ ସ୍ଥିତିରେ ରହିଛି । ୨୦୨୨ରେ ୧୬ଥର ସାମୁଦ୍ରିକ ଝଡ ଓ ବାତ୍ୟାର ସମ୍ମୁଖୀନ ହୋଇସାରିଛି ଫିଲିପାଇନ୍ସ ।
ଫିଲିପାଇନ୍ସରେ ବାତ୍ୟା ତାଣ୍ଡବ । ବନ୍ୟା ଓ ଭୁସ୍ଖଳନରେ ଗଲାଣି ୮୦ଜଣଙ୍କ ଜୀବନ
/kanak/media/post_attachments/wp-content/uploads/2022/10/7-29.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)