୩ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ, ଜାଣନ୍ତୁ ଏହି ୩ରାଜ୍ୟରେ କାହା ପାଖରେ ଅଛନ୍ତି କେତେ ବିଧାୟକ

450

କନକ ବ୍ୟୁରୋ : ଦେଶର ପୂର୍ବାଞ୍ଚଳରେ ଥିବା ୩ଟି ରାଜ୍ୟ ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ । ଏହି ୩ଟି ରାଜ୍ୟର ନିର୍ବାଚନ ଫଳଫଳ ଆଗାମୀ ଲୋକସଭା ନିର୍ବାଚନରେ ପ୍ରଭାବ ପକାଇବ ବୋଲି ଆକଳନ କରାଯାଉଛି । ସେପଟେ ଏହି ୩ଟି ରାଜ୍ୟର ସରକାରରେ ବିଜେପିର ଭାଗିଦାରୀ ରହିଛି । ତ୍ରିପୁରାରେ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ସହ ସରକାର କରିଥିବା ବେଳେ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓଙ୍କ ସହ ମେଣ୍ଟରେ ସରକାର ଗଠନ କରିଛି ବିଜେପି । ସେହିଭଳି ମେଘାଳୟରେ ନ୍ୟାସନାଲ ପିପୁଲ୍ସ ପାର୍ଟି ସହ ମେଣ୍ଟ କରି ବିଜେପି ମଧ୍ୟ ସରକାର ଗଠନ କରିଛି ।

ପ୍ରଥମେ ଯଦି ଆମେ ତ୍ରିପୁରା କଥା କହିବା ଏଠାରେ ଦୀର୍ଘଦିନ ଧରି ବାମପନ୍ଥୀ ସରକାର ଥିଲା । ଦୀର୍ଘ ୨୫ ବର୍ଷର ବାମପନ୍ଥୀ ସରକାରକୁ ହଟାଇ ବିଜେପି ଏବେ ସେଠାରେ କ୍ଷମତାରେ ରହିଛି । ତ୍ରିପୁରା ବିଧାନସଭାର ମୋଟ ୬୦ ଆସନ ମଧ୍ୟରୁ ବିଜେପି ଏକାକୀ ୩୫ଟି ଆସନ ଜିତି ସରକାର ଗଠନ କରିଛି । ସେହିଭଳି ସିପିଆଇଏମକୁ ୧୬ଟି ଆସନ ମିଳିଥିବା ବେଳେ ଆଇଟିଏଫଟିକୁ ୮ଟି ଆସନ ମିଳିଥିଲା ।

ସେହିଭଳି ମେଘାଳୟରେ କନରାଡ ସଂଗମାଙ୍କ ନେତୃତ୍ୱରେ ଏନପିପି, ବିଜେପି ଓ ଅନ୍ୟ କିଛି ଆଞ୍ଚଳିକଦଳମାନେ ମିଳିତ ଭାବେ ସରକାର ଗଠନ କରିଛନ୍ତି । ମେଘାଳୟରେ ମୋଟ ଆସନ ସଂଖ୍ୟା ୬୦ ହୋଇଥିବା ବେଳେ ସରକାର ଗଠନ ପାଇଁ ୩୧ ଟି ଆସନରେ ବିଜୟୀ ହେବା ଆବଶ୍ୟକ । ହେଲେ ଗତ ନିର୍ବାଚନରେ ବିଜେପିକୁ ମାତ୍ର ୨ଟି ଆସନ ମିଳିଥିଲେ ବିଜେପି କ୍ଷମତାର ଖେଳଖେଳି ଏନପିପିସହ ମିଳିତ ଭାବେ ସରକାରତ ଗଠନ କରିଥିଲା ।

ଅନ୍ୟପଟେ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓଙ୍କ ସହ ମିଳିତ ଭାବେ ବିଜେପି ସରକାର ଗଠନ କରିଛି । ସେପଟେ ୨୦୨୩ ନିର୍ବାଚନରେ ବିଜେପି ଓ ନ୍ୟାସନାଲିଷ୍ଟ ଡେମୋକ୍ରେଟିକ୍ ପ୍ରୋଗ୍ରେସିଭ ପାର୍ଟି ବା ଏନଡିପିପି ସହ ମିଳିତ ଭାବେ ନିର୍ବାଚନ ଲଢିବାକୁ ବିଜେପି ଘୋଷଣା କରିଛି । ମୋଟ ୬୦ ଆସନରୁ ବିଜେପି ୨୦ ଓ ଏନଡିପିପି ୪୦ ଟି ଆସନରେ ନିର୍ବାଚନ ଲଢିବ ।