ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ : ମୋବାଇଲ୍ ଲାଇଟ୍ ଓ ମହମବତୀ ଆଲୁଅରେ ହେଲା ଚିକିତ୍ସା

31

କନକ ବ୍ୟୁରୋ : ମୋବାଇଲ୍ ଲାଇଟ୍ ଓ ମହମବତୀ ଆଲୁଅରେ ଚାଲିଛି ଚିକିତ୍ସା । ମୋବାଇଲ୍ରେ ଲାଇଟ୍ରେ ରୋଗୀଙ୍କୁ ନର୍ସ ଦେଉଛନ୍ତି ଇଞ୍ଜେକସନ । ଆଉ ଅନ୍ଧାରରେ ଚାଲିଛି ରୋଗୀ ସେବା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱରର ମୁଖ୍ୟ ଚିକିତ୍ସାଳୟରେ । ବାଲେଶ୍ୱର ମେଡିକାଲର ମେଲ୍ ଓ ଫିମେଲ୍ ୱାର୍ଡରେ ଥିବା ରୋଗୀମାନଙ୍କର ଚିକିତ୍ସା ମୋବାଇଲ୍ ଟର୍ଚ୍ଚ ବା ମହମବତୀ ଜାଳି କରୁଛନ୍ତି ନର୍ସ । ସୂଚନା ଅନୁଯାୟୀ ହସ୍ପିଟାଲକୁ ନବୀକରଣ କରାଯାଇଥିବାବେଳେ ଏହି ନୂତନ ୱାର୍ଡ ଗୁଡିକରେ ଡିଜି ସଂଯୋଗ କରାଯାଇନାହିଁ । ଏହି ସମସ୍ୟା ୩ ମାସ ଧରି ଲାଗି ରହିଛି । ତେବେ କାଳବୈଶାଖୀ ଯୋଗୁଁ ବିଦ୍ୟୁତ୍ ସରବରାହ ବନ୍ଦ ରହିବାରୁ ଚିକିତ୍ସା ଆହୁରି ବାଧାପ୍ରାପ୍ତ ହୋଇଛି ।

ସୂଚନା ଅନୁଯାୟୀ, ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ଓ ଗତ ଦୁଇ ଦିନ ଧରି ବାଲେଶ୍ୱରରେ କାଳ ବୈଶାଖୀର ତାଣ୍ଡବ ପ୍ରଭାବରେ ବର୍ଷା ଦେଖିବାକୁ ମିଳିଥିଲା । ଏହା ପ୍ରଭାବରେ ଗଛ ପଡିଥିଲା ଓ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଏହା ଭିତରେ ବିଦ୍ୟୁତ ସରବରାହ ମଧ୍ୟ ବିଚ୍ଛିନ୍ନ ହୋଇଥିଲା । ସେଥିପାଇଁ ବିପଦଜନକ ଅବସ୍ଥାରେ ମୋବାଇଲ ଲାଇଟ ଓ ମହମବତୀ ଦ୍ୱାରା ଲୋକଙ୍କ ଚିକିତ୍ସା କରାଯାଇଥିଲା ।