ଏହି ଟ୍ରିକ୍ ଏବଂ ଟିପ୍ସର ସହାୟତାରେ କମ୍ ବଜେଟରେ ଫ୍ଲାଇଟରେ କରନ୍ତୁ ଯାତ୍ରା !

ଏହି ଟ୍ରିକ୍ ଏବଂ ଟିପ୍ସର ସହାୟତାରେ କମ୍ ବଜେଟରେ ଫ୍ଲାଇଟରେ କରନ୍ତୁ ଯାତ୍ରା !

source : CheapAir

ଯଦି ଆପଣ ଏକ ଲିମିଟେଡ୍ ବଜେଟରେ ବୁଲିବା ପାଇଁ ପ୍ଲାନିଙ୍ଗ୍ କରୁଛନ୍ତି ଏବଂ ଏଥିପାଇଁ ପ୍ଲେନର ହେଭି ଚାର୍ଜ ଆପଣଙ୍କ ସାମ୍ନାକୁ ଆସୁଛି ତେବେ ଆପଣଙ୍କ ପାଇଁ କିଛ ିଟିପ୍ସ ରହିଛି ଯାହାକୁ ଆପଣାଇ ଆପଣ ସହଜ ଏବଂ କମ୍ ଖର୍ଚ୍ଚରେ ଯାତ୍ରା କରିପାରିବେ । ଆପଣ ଯେଉଁଠିକୁ ବୁଲିବା ପାଇଁ ଯିବାକୁ ଚାହୁଁଛନ୍ତି ପ୍ରଥମେ ଶସ୍ତାରେ ଉପଲବ୍ଧ ହେଉଥିବା ଫ୍ଲାଇଟକୁ ଖୋଜିବାକୁ ଚେଷ୍ଟା କରନ୍ତୁ । କାହିଁକି ନା ଦାମ୍ ଅନୁସାରେ ସବୁବେଳେ ମହଙ୍ଗା ଫ୍ଲାଇଟରେ ବୁଲିବା ଏକ କଷ୍ଟକର କାମ । କିନ୍ତୁ ବଢୁଥିବା ଟୁରିଜମ୍ କୁ ଦେଖି ଅଧିକ ଏୟାରଲାଇନ୍ସରେ ଡିସକାଉଣ୍ଟ ଅଫର ଚାଲିଛି । ଯେଉଁଥିରେ କମ୍ ଟଙ୍କାରେ ବିଦେଶ ମଧ୍ୟ ବୁଲିପାରିବେ ।

publive-image

ସର୍ଚ୍ଚ ଇଞ୍ଜିନ୍ ମାଧ୍ୟମରେ ଭିନ୍ନ ଭିନ୍ନ ଫ୍ଲାଇଟ୍ ର ଦାମ୍ କୁ ଥରେ ଜାଞ୍ଚ୍ କରିନିଅନ୍ତୁ ।
ଏଭଳି ଅନେକ ୱେବସାଇଟ୍ ଅଛି ଯେଉଁଠାରେ ଆପଣ ଫ୍ଲାଇଟର ବିଭିନ୍ନ ରେଟକୁ ଦେଖି ନିଜ ପାଇଁ ଉକୃଷ୍ଟ ଡିଲ୍ ପାଇପାରିବେ । ଏହାଛଡା ଏୟାରଲାଇନ୍ସର ୱେବସାଇଟ୍ କୁ ଯାଇ ମଧ୍ୟ ଆପଣ ଚେକ୍ କରିପାରିବେ ।

ଗୋଟିଏ ଥର ଗୋଟିଏ ଟିକେଟ୍ ବୁକ୍ କରନ୍ତୁ ।

ଯଦି ଆପଣ ଗ୍ରୁପ୍ ରେ ଟ୍ରାଭେଲ୍ କରିବାକୁ ଚାହୁଁଛନ୍ତି ତେବେ ଏକାଥରେ ସବୁ ଟିକେଟ୍ ବୁକ୍ କରିବାର ଭୁଲ୍ କରନ୍ତୁ ନାହିଁ । ଏହା ଏଥିପାଇଁ କାରଣ ଏୟାରଲାଇନ୍ସରେ ଗ୍ରୁପ୍ ଟିକେଟ୍ କରିବା କ୍ଷଣି ସିଙ୍ଗଲ୍ ଟିକେଟର ଦାମ୍ ଅଧିକ ଥାଏ । ପର୍ବପର୍ବାଣୀ,ନୂଆବର୍ଷ କିମ୍ବା ଛୁଟି ସମୟରେ ଫ୍ଲାଇଟର ଦର ଆକାଶଛୁଆଁ ଥାଏ । ତେବେ ଏହି ଦିନମାନଙ୍କରେ ପ୍ଲାନିଙ୍ଗ୍ କ୍ୟାନସଲ୍ କରି ଅନ୍ୟ ଦିନମାନଙ୍କରେ ଯିବାକୁ ଚେଷ୍ଟା କରନ୍ତୁ ।

ଏୟାରଲାଇନ ୱେବସାଇଟ୍ ରେ ଲଗଇନ୍ କରି ଲେଟେଷ୍ଟ ଅପଡେଟ୍ ନିଅନ୍ତୁ ।

ଏୟାରଲାଇନ୍ସରେ କେତେବେଳେ ଫ୍ଲାଇଟ୍ ଟିକେଟ୍ ରେଟ୍ କମ୍ ହେଉଛି ଏବଂ ଡିସକାଉଣ୍ଟ ମିଳୁଛି ଜାଣିବା ପାଇଁ ଲଗାତାର ଅପଡେଟ୍ ରୁହନ୍ତୁ ଏବଂ ଏୟାରଲାଇନ ୱେବସାଇଟ୍ ରେ ନିଜର ଆଇଡି ପ୍ରସ୍ତୁତ କରନ୍ତୁ ।

ମାସ ପୂର୍ବରୁ ଟିକେଟ୍ ବୁକ୍ କରନ୍ତୁ ।

ଶସ୍ତା ଏବଂ ମନମୁତାବକ ଟିକେଟ୍ ପାଇବା ପାଇଁ ଦୁଇତିନି ମାସ ପୂର୍ବରୁ ଟିକେଟ୍ ବୁକ୍ କରନ୍ତୁ । ଏହି ଟ୍ରିକ୍ ସବୁବେଳେ ଫାଇଦା ଦେଇଥାଏ । ଯଦି ଆପଣ ଛୁଟି ଦିନ ମାନଙ୍କରେ ବୁଲିବା ପ୍ଲାନିଙ୍ଗ୍ କରୁଛନ୍ତି ତେବେ ବହୁ ପୂର୍ବରୁ ହିଁ ଟିକେଟ୍ କରିନିଅନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe