ଘୁଞ୍ଚିପାରେ ଡେଡଲାଇନ? ମନ୍ତ୍ରୀ କହିଲେ, ୧ରୁ ଟ୍ରାଫିକ ନିୟମ କଡାକଡି କରାଯିବ କି ନାହିଁ ସେ ସମ୍ପର୍କରେ ସରକାର କରୁଛନ୍ତି ବିଚାର ବିମର୍ଷ । ଖୁବଶୀଘ୍ର ଜଣାଇ ଦିଆଯିବ ନିଷ୍ପତି

1,125

କନକ ବ୍ୟୁରୋ : ଗାଡି କାଗଜପତ୍ର କରିବା ପାଇଁ ଘୁଞ୍ଚିପାରେ ଡେଡଲାଇନ? ଆସନ୍ତା ୧ରୁ ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ କରାଯିବ କି ନାହିଁ ସେ ସମ୍ପର୍କରେ ସରକାର ବିଚାର ବିମର୍ଷ କରୁଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଆରଟିଓ ଅଫିସ ଆଗରେ ଲୋକେ ହଟହଟା ହେଉଥିବାର ଖବର ବିଧାନସଭାରେ ଉଠିବା ପରେ ଏ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ।

ଡେଡଲାଇନ ସରିବା ଆରଟିଓ ଅଫିସ ଆଗରେ ଲାଇସେନ୍ସ, ରେଜିଷ୍ଟ୍ରେସନ ଓ ଗାଡିର ଅନ୍ୟାନ୍ୟ କାଗଜପତ୍ର ପାଇଁ ଲମ୍ବା ଲାଇନ ଲାଗୁଥିବାର ଖବର ସରକାରଙ୍କ ପାଖରେ ରହିଛି । ତେଣୁ ଲୋକଙ୍କ ସମସ୍ୟା କିଭଳି ସମାଧାନ କରାଯିବ ସେନେଇ ଆଲୋଚନା ଚାଲିଛି । ପୂରା ବିଭାଗ ଏଥିପାଇଁ ତତ୍ପର ରହିଛି । ଖୁବଶୀଘ୍ର ଏନେଇ ନିଷ୍ପତି ନିଆଯିବ । ଏହାଛଡା ଗାଡି ଚାଳକ କିଭଳି ସମସ୍ତ କାଗଜପତ୍ର ଶୀଘ୍ର ପାଇପାରିବେ ସେଥିପ୍ରତି ବିଭାଗ ତତ୍ପର ରହିଛି ।

ଏହାପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ଓ ଗାଡି କାଗଜପତ୍ର ପାଇଁ ଲୋକେ ହଟହଟା ହେଉଥିବା କଥା ବିଧାନସଭାରେ ଉଠାଇଥିଲେ ବିଧାୟକ ଦେବୀ ମିଶ୍ର । ଆନୁଷଙ୍ଗିକ ବ୍ୟବସ୍ଥା ଅଭାବରୁ ଲୋକେ ହନ୍ତସନ୍ତ ହେଉଥିବାରୁ ପୁନଃବିଚାର କରି ଡିସେମ୍ବର ପହିଲା ପରିବର୍ତ୍ତେ ଅଧିକ ସମୟ ଦେବାପାଇଁ ଦାବି କରିଥିଲେ ଦେବୀ ମିଶ୍ର । ଆଉ ଦେବୀଙ୍କ ସହ ସ୍ୱର ମିଳାଇଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ପରିବହନ ବିଭାଗରେ କର୍ମଚାରୀଙ୍କ ଘୋର ଅଭାବ । ଦୁର୍ନୀତି ଯାହା ହେଉଥିଲା ଆହୁରି ବଢ଼ିଛି । ଜନସାଧାରଣ ଗାଡ଼ି କାଗଜପତ୍ର ପାଇଁ ହଇରାଣ ହେଉଛନ୍ତି । ତେଣୁ ଅବଧି ବଢାଯିବ କି ନାହିଁ ମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ବୋଲି ଦାବି କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ତାରା ଓ ଦେବୀଙ୍କ ପରେ ଗାଡି କାଗଜପତ୍ର ପାଇଁ ଅବଧି ବଢ଼ାଇବାକୁ ବାଚସ୍ପତିଙ୍କୁ ହାତ ଯୋଡ଼ି ଅନୁରୋଧ କରିଛନ୍ତି ପ୍ରଦୀପ ମହାରଥୀ । ୩ ମାସ ଡ୍ରାଇଭିଂ ଲାଇସେନ୍ସ ଓ କାଗଜ ପତ୍ର ଯାଞ୍ଚର ଅବଧି ବୃଦ୍ଧି କରାଯାଉ ବୋଲି ବାଚସ୍ପତିଙ୍କୁ ହାତ ଯୋଡ଼ି ନିବେଦନ କରିଛନ୍ତି ପ୍ରଦୀପ ।
ଯୋଡ଼ି ନିବେଦନ କଲେ।