ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପ୍ରସଙ୍ଗ: ପରିବହନ କମିଶନର କହିଲେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଲେ ବଢାଇବୁ ସମୟ ସୀମା

214

କନକ ବ୍ୟୁରୋ: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖି ପରିବହନ କମିଶନର ଅରୁଣ ବୋଥ୍ରା କହିଛନ୍ତି ଯେ, ହାଇକୋର୍ଟ ନିର୍ଦ୍ଦେଶ ଦେଲେ ନମ୍ବର ପ୍ଲେଟ ଲଗାଇବା ନେଇ ସମୟ ସୀମାକୁ ବୃଦ୍ଧି କରାଯିବ । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପାଖାପାଖି ୨୬ଟି ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ବାଧ୍ୟତାମୂଳକ କରାଯାଇଛି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଏହାକୁ ଲଗାଯାଉଛି । ଏତେ ବଡ ମାତ୍ରାରେ ଏହି ପ୍ରକ୍ରିୟା ଚାଲିଥିବାରୁ ଲୋକଙ୍କୁ ଏଥିରେ ସମସ୍ୟା ହୋଇପାରେ । ତେବେ ସମସ୍ୟାର ସମାଧାନ ପାଇଁ ୨୪ଘଂଟିଆ କଷ୍ଟମର କେୟାର ଅଛନ୍ତି । ତେବେ କୋର୍ଟ ଯଦି ନିର୍ଦ୍ଦେଶ ଦେବେ ତେବେ ସମୟ ସୀମାକୁ ବୃଦ୍ଧି କରାଯିବ ବୋଲି କହିଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା । ଏହାସହ ଆଗାମୀ ଦିନରେ ରାଜ୍ୟରେ ବି କାରର ପଛ ସିଟରେ ବସୁଥିବା ବ୍ୟକ୍ତି ସିଟ ବେଲଟ ଲଗାଇବା ବାଧ୍ୟତାମୂଳକ ହେବ ବୋଲି କହିଛନ୍ତି ଅରୁଣ ବୋଥ୍ରା ।