ଉପକୂଳ ସୁରକ୍ଷା ଚିନ୍ତା : ପୁରୀରେ ମତ୍ସ୍ୟଜୀବୀଙ୍କୁ ଦିଆଗଲା ସ୍ୱତନ୍ତ୍ର ଟ୍ରାନ୍ସମିଟର

32

vlcsnap-2016-10-02-17h51m45s309କନକ ବ୍ୟୁରୋ : ମତ୍ସ୍ୟଜୀବୀଙ୍କୁ ଦିଆଗଲା ଟ୍ରାନ୍ସମିଟର। ଗଭୀର ସୁମୁଦ୍ରରେ କୌଣସି ବିପଦର ସଂକେତ ପାଇଲେ ସଙ୍ଗେସଙ୍ଗେ ସୂଚନା ଦେବେ । ଏହାକୁ ବ୍ୟବହାର କରିବା ଲାଗି ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି । ପାକିସ୍ତାନ ମାଟିରେ ଭାରତର ସର୍ଜିକାଲ ଷ୍ଟ୍ରାଇକ ପରେ ଦୁଇ ରାଷ୍ଟ୍ର ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ତେଣୁ ଜଳ ପଥରେ ଅନୁପ୍ରବେଶ କରିପାରନ୍ତି ଆତଙ୍କବାଦୀ ।

vlcsnap-2016-10-02-17h52m20s538ଏଭଳି ଆଶଂକା ରହିଥିବାରୁ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଗଲାବେଳେ ସନ୍ଦିଗ୍ଧ ବ୍ୟକ୍ତି ବା କିଛି ବିପଦର ସମ୍ଭାବନା ଦେଖିବା ମାତ୍ରେ ମେରାଇନ ରେସକ୍ୟê ହବ୍ ଏବଂ ଭାରତୀୟ କୋଷ୍ଟଗାର୍ଡଙ୍କୁ ଜଣାଇ ପାରିବେ । ପୁରୀ ଜିଲ୍ଲାର କୋଣାର୍କ, ଅସ୍ତରଙ୍ଗ ଓ ପେଣ୍ଠକଟା ଅଂଚଳର ୭୦ଜଣ ମତ୍ସ୍ୟଜୀବୀଙ୍କୁ ଏଭଳି ଟ୍ରାନ୍ସମିଟର ଦିଆଯାଇଛି । ୨୬-୧୧ ମୁମ୍ବାଇ ଆକ୍ରମଣ ସମୟରେ ପ୍ରଥମ କରି ଜଳ ପଥରେ ଭାରତକୁ ପ୍ରବେଶ କରିଥିଲେ ଆତଙ୍କବାଦୀ । ତେଣୁ ଉପକୂଳର ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଛି ସାମୁଦ୍ରିକ ମତ୍ସ୍ୟ ବିଭାଗ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –