କନକ ବ୍ୟୁରୋ : କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ନିଆଯାଇଥିବା କ୍ୟାବିନେଟ ନିଷ୍ପତ୍ତି ଉପରେ ରୋକ୍ ଲାଗିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଗତ ନଭେମ୍ବର ୧୪ରେ ଆଦିବାସୀଙ୍କ ଜମି ହସ୍ତାନ୍ତର ନେଇ ହୋଇଥିଲା କ୍ୟାବିନେଟ ନିଷ୍ପତ୍ତି । ଯାହାକୁ ବିରୋଧ କରିଥିଲେ ବିରୋଧୀ ।
The proposed Amendment to
Regulation-2 of 1956 discussed in
the Cabinet meeting held on 14th
November 2023, regarding transfer of Tribal lands has been withhold.— SUDAM MARNDI (@MarndiSudam) November 16, 2023
କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଆଦିବାସୀ ଜମି ହସ୍ତାନ୍ତର ପାଇଁ ଆଇନରେ ସଂଶୋଧ ହୋଇଥିଲା । ଯାହାଦ୍ୱାରା ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ । ଏହାସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ । ଏନେଇ କ୍ୟାବିନେଟ ନିଷ୍ପତ୍ତି ହେବା ପରେ ଏହାକୁ ନେଇ ତେଜିଥିଲା ରାଜନୀତି । ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଏହି ନିଷ୍ପତ୍ତିକୁ କଡା ବିରୋଧ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/16-14.jpg)