ରେଳଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା ! ଆସନ୍ତା ଏପ୍ରିଲ୍ ୧୫ରୁ ପରିବର୍ତ୍ତିତ ସମୟରେ ଚଳାଚଳ କରିବ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍

22

କନକ ବ୍ୟୁରୋ : ଆସନ୍ତା ଏପ୍ରିଲ୍‌ ୧୫ତାରିଖରୁ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍‌ ପରିବର୍ତ୍ତିତ ସମୟରେ ଚଳାଚଳ କରିବ । ନିର୍ଦ୍ଧାରିତ ସମୟ ସକାଳ ୬.୪୫ ମିନିଟ୍‌ ପରିବର୍ତ୍ତେ ଏହା ସକାଳ ୬.୩୦ ଅର୍ଥାତ ୧୫ ମିନିଟ୍‌ ପୂର୍ବରୁ ଭୁବନେଶ୍ୱରରୁ ଛାଡ଼ିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ବଲାଙ୍ଗୀରରେ ମଧ୍ୟାହ୍ନ ୧.୪୦ମିନିଟ୍‌ ପରିବର୍ତ୍ତେ ମଧ୍ୟାହ୍ନ ୧.୨୫ରେ ପହଞ୍ଚିବ ।

ପରିବର୍ତ୍ତିତ ସମୟ ଅନୁସାରେ ଏହି ଇଣ୍ଟରସିଟି ଭୁବନେଶ୍ୱରରୁ ବଲାଙ୍ଗୀର ମଧ୍ୟରେ ବିଭିନ୍ନ ଷ୍ଟେସନଗୁଡ଼ିକରେ ମଧ୍ୟ ନୂତନ ସମୟରେ ଚଳାଚଳ କରିବ । ଏହି ଟ୍ରେନ୍‌ ମଞ୍ଚେଶ୍ୱରଠାରୁ ସକାଳ ୬.୪୧, ନରାଜ ମାର୍ଥାପୁରଠାରୁ ସକାଳ ୭.୦୮, ଢେଙ୍କାନାଳରୁ ସକାଳ ୭.୪୨, ମେରାମୁଣ୍ଡଳୀରୁ ସକାଳ ୮.୦୭, ତାଳଚେର ରୋଡ୍‌ରୁ ସକାଳ ୮.୨୨, ଅନୁଗୁଳରୁ ସକାଳ ୮.୫୨, ସମ୍ବଲପୁର ରୋଡ୍‌ରୁ ଦିନ ୧୦.୫୦, ସମ୍ବଲପୁରରୁ ପୂର୍ବାହ୍ଣ ୧୧.୨୦ରେ ଛାଡ଼ିବ । ମାତ୍ର ୧୨୮୯୪ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍‌ ଚଳାଚଳ ସମୟରେ କୌଣସି ପରିବର୍ତ୍ତନ ହୋଇ ନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।