ଅଧଘଣ୍ଟା ନିଖୋଜ ହୋଇଗଲା ଟ୍ରେନ ! ମିଳିବା ପରେ ଉଡ଼ିଗଲା ରେଲୱେ କର୍ମଚାରୀଙ୍କ ହୋସ

26

ଭାରତର ରେଳବାଇ ଦିନକୁ ଦିନ ଉନ୍ନତ୍ତତର ହେବାରେ ଲାଗିଛି । ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ମିଳୁଛି । ଏହି ସବୁ ମଧ୍ୟରେ ରେଳବାଇ ଉପରେ ଲୋକଙ୍କ ଭରସା ଧୀରେ ଧୀରେ ବସା ବାନ୍ଧୁଥିବା ବେଳେ, ରେଳବାଇରେ ଘଟିଥିବା ଏପରି କିଛି ଘଟଣା ଲୋକମାନଙ୍କ ମନକୁ ପୁଣି ମଳିନ କରିଦେଉଛି । ଏହିପରି ଭାବେ ରେଳବାଇର ପୁଣି ଏକ ଖାମଖିଆଲି କାର୍ଯ୍ୟ ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ତିର୍ଥ ଦର୍ଶନ ଯୋଜନାର ସ୍ପେଶାଲ ଟ୍ରେନ, ପୁରୀରୁ ବେତୁଲ ଅଭିମୁଖେ ଯାତ୍ରା କରୁଥିବା ବେଳେ ରେଳବାଇ କର୍ମକର୍ତ୍ତାଙ୍କ ଭୁଲ ପାଇଁ ମଲିଖଣ୍ଡର ଆଗାସୋଦା ଷ୍ଟେସନରେ ପହଞ୍ଚିଯାଇଥିଲା ।

ଟ୍ରେନ ଭୁଲ ଦିଗରେ ଯାଉଥିବାର ସୁଚନା ମିଳିବା ପରେ ଯାତ୍ରୀ ମାନେ ଖୁବ ଭୟଭୀତ ହୋଇଯାଇଥିଲେ । କିନ୍ତ ଅନ୍ୟ ପଟରୁ କୌଣସି ଟ୍ରେନ ନଆସୁଥିବାରୁ ଏକ ବଡ ଦୁର୍ଘରୁ ବର୍ତ୍ତିଯାଇଥିଲେ ଯାତ୍ରୀ ।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ତିର୍ଥ ଦର୍ଶନ ଯୋଜନାର ସ୍ପେଶାଲ ଟ୍ରେନ, ସାଗରରୁ ଆସି ମାଲଖଣ୍ଡିରେ ସାକାଳେ ପହଞ୍ଚିଥିଲା । ସକାଳ ପ୍ରାୟ ୮.୪୦ରେ ମାଲଖଣ୍ଡି ଷ୍ଟେସନ ଛାଡିଥିଲା । କିଛିବାଟ ଯିବା ପରେ ଟ୍ରେନ ଭୁଲ ରାସ୍ତାରେ ଚାଲିଯାଇଥିଲା । ପ୍ରାୟ ଅଧଘଣ୍ଟା ବିତିବା ପରେ ଯେତେବେଳେ ରେଳ କର୍ମକର୍ତ୍ତାଙ୍କୁ ଏସମ୍ପର୍କରେ ସୁଚନା ମିଳିଲା ସେତେବେଳକୁ ଟ୍ରେନ ଆଗାସୋ ଷ୍ଟେସନରେ ପହଞ୍ଚିସାରିଥିଲା । ପରେ ଟ୍ରେନକୁ ସେଠାରେ ରୋକିଦିଆଗଲା ।

ଟ୍ରେନ ସେଠାରେ ପ୍ରାୟ ଏକ ଘଣ୍ଟା ରହିବା ପରେ ସକାଳ ୧୦.୪୫ ମିନିଟରେ ମାଲଖଣ୍ଡି ଫେରିଆସିଥିଲା । ଫେରିବାର ପ୍ରାୟ ଅଢେଇଘଣ୍ଟା ପରେ ଟ୍ରେନ ମାଲଖାଣ୍ଡିରେ ଆସି ପହଞ୍ଚିଥିଲା । ସେଠାରେ ଟ୍ରେନ ଇଞ୍ଜିନର ଦିଗ ବଦାଳାଇ ୧୨ ବାଜି ୫ମିନିଟରେ ବିନା ଷ୍ଟେସନ ଅଭିମୁଖେ ପଠାଗଲା । ତେବେ ବିନା ଷ୍ଟେସନର ପ୍ରବନ୍ଧକ ଏମଏସ ପିକାଙ୍କ କହିବା ଅନୁସାରେ, ଝାନ୍ସି କଣ୍ଟ୍ରୋଲର ଭୁଲ କାରଣରୁ ଟ୍ରେନ ଭୁଲ ଲାଇନରେ ପଳାଇଥିଲା । ଯାହାର ଏବେ ଯାଞ୍ଚ କରାଯାଉଛି ।