କନକ ବ୍ୟୁରୋ : କଳାହାଣ୍ଡିରେ ମାଲବୋଝେଇ ଟ୍ରେନରୁ ବଗି ଅଲଗା । କେସିଙ୍ଗା ଷ୍ଟେସନରେ ଇଞ୍ଜିନରୁ ଅଲଗା ହୋଇଗଲା ବଗି । ପାଖାପାଖି ୩୦୦ ମିଟର ଇଞ୍ଜିନ ଛାଡି ପଳାଇଲା ବଗି । ଦାମନଯୋଡିରୁ ଅନୁଗୁଳ ଯାଉଥିଲା ଆଲୁମିନା ବୋଝେଇ ଟ୍ରେନ୍ । ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଟଳିଲା ବଡ ଦୁର୍ଘଟଣା । ଘଟଣାସ୍ଥଳରେ ପହଞ୍ଚିଲେ ସ୍ଥାନୀୟ ରେଳ କର୍ମଚାରୀ । ମରାମତି ପାଇଁ ଟିଟିଲାଗଡରୁ ଆସୁଛନ୍ତି ଟେକ୍ନିକାଲ ଟିମ୍ । ତେବେ କୌଣସି ଅଘଟଣ ଘଟିନଥିବା ସୂଚନା ମିଳିଛି ।
ଏହାପୂର୍ବରୁ ଗତ ଜୁନ୍ ୨ ତାରିଖରେ ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ୨୮୯ ଜଣଙ୍କର ଜୀବନ ଯାଇଛି । ସେହିଭଳି ଯାଜପୁରରେ ରେଳ ଇଞ୍ଜିନ ଗଡିବା କାରଣରୁ ୭ ଜଣଙ୍କର ଜୀବନ ଯାଇଥିଲା । ଯାହାକୁ ନେଇ ଏବେ ସାଧାରଣରେ ରେଳବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/13-10.jpg)