ପତ୍ନୀ ବଦଳ ପାଇଁ ଓଡିଆ ବୋହୂଙ୍କୁ ସ୍ୱାମୀଙ୍କ ଚାପ

38

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ନାଁରେ ନିର୍ଯ୍ୟାତନା ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ ଲୋପାମୁଦ୍ରା । ତ୍ରୈଲୋକ୍ୟ ମିଶ୍ରଙ୍କ ପତ୍ନୀ ଓ ତାଙ୍କ ପୁଅ ସବ୍ୟସାଚୀଙ୍କ ନାଁରେ ମଧ୍ୟ ଅଭିଯୋଗ ଆଣିଛନ୍ତି ଲୋପାମୁଦ୍ରା । ବିବାହ ପରଠାରୁ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ନେଇ ସେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଛନ୍ତି । ବିଭିନ୍ନ ସମୟରେ ତାଙ୍କୁ ମାଡ ମରାଯାଉଥିବା ସହ ଶାରିରୀକ ତଥା ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ସେ ନିଜ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ଏପରିକି ତାଙ୍କୁ ଗୋଆ ନିଆଯାଇ ୱାଇଫ ସ୍ୱାପିଂ ବା ପତ୍ନୀ ଅଦଳ ବଦଳ କରିବାକୁ ବାଧ୍ୟ କରାଯାଇଥିଲା ବୋଲି ସେ କହିଛନ୍ତି  ।