ମାଟିରେ ମିଶିବ ତ୍ରାହି ଅଚ୍ୟୁତ ଆଶ୍ରମ : ବେଆଇନ ଘରକୁ ଭାଙ୍ଗିବ ବିଡିଏ

ମାଟିରେ ମିଶିବ ତ୍ରାହି ଅଚ୍ୟୁତ ଆଶ୍ରମ : ବେଆଇନ ଘରକୁ ଭାଙ୍ଗିବ ବିଡିଏ

କନକ ବ୍ୟୁରୋ : ତ୍ରାହି ଅଚ୍ୟୁତ ଆଶ୍ରମରେ ବୁଲିବ ବୁଲଡୋଜର । ବେଆଇନ ଭାବେ ନିର୍ମାଣ ହୋଇଥିବା ଅଟ୍ଟାଳିକା ମାଟିରେ ମିଶିବ । ଝିଂଟି ସ୍ଥିତ ତ୍ରାହି ଅଚ୍ୟୁତ ନଗରରେ ୨୧ଟି ଡୁପଲେକ୍ସ ନିର୍ମାଣ କରାଯାଇଛି । ଆଜି ଏହି ଡୁପଲେକ୍ସ ଭାଙ୍ଗିବ ବିଡିଏ । ବିଡିଏର ମିଳିତ ଏନଫୋର୍ସମେଣ୍ଟ ଟିମ୍ ଏହି ଡୁପଲେକ୍ସ ଗୁଡ଼ିକୁ ଉଚ୍ଛେଦ କରିବେ ।

ଏହି ଡୁପଲେକ୍ସ ଗୁଡ଼ିକ ବେଆଇନ ଭାବେ ବିନା ଅନୁମତିରେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଥିଲା । କୋର୍ଟରେ ମାମଲା ପରେ ଏଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ୍ ସୁରବାବା ଏହାକୁ ନିର୍ମାଣ କରିଥିଲେ ।

ବିଭିନ୍ନ ବିବାଦରେ ଛନ୍ଦି ହୋଇ ୨୦୧୫ରେ ସୁରବାବା ଗିରଫ ହୋଇଥିଲେ । ସେହି ସମୟରେ ଏହି ଘଟଣା ବେଶ୍ ଚର୍ଚ୍ଚା ହେବା ସହ ବିବାଦରେ ରହିଥିଲା । ଏହି ଘଟଣାରେ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚି ମଧ୍ୟ ଗିରଫ ହୋଇଥିଲେ । ୨୦୨୦ ମସିହାରେ ଶାରୀରିକ ଅସୁସ୍ଥତା ଯୋଗୁ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦେହାନ୍ତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe